ଆଜି ପବିତ୍ର ଗଣେଶ ପୂଜା। ବିଭିନ୍ନ ଶିକ୍ଷାନୁଷ୍ଠାନ,କାର୍ଯ୍ୟାଳୟ,ଅନ୍ୟାନ୍ୟ ସ୍ଥାନରେ ବେଶ ଧୂମଧାମରେ ପ୍ରଭୁଙ୍କ ଆରାଧନା କରାଯାଏ। ଆଜି ପୂଜା ପାଇଁ ପୁର ଠାରୁ ପଲ୍ଲୀ ଉତ୍ସବ ମୁଖର ରହିଛି। ତେବେ ପ୍ରଭୁଙ୍କୁ ପୂଜା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ..
ପ୍ରଭୁ ଗଣେଶଙ୍କ ନିକଟରେ ତୁଳସୀ ଅର୍ପଣ କରନ୍ତୁ ନାହିଁ। ଶଙ୍ଖରୁ ମଧ୍ୟ ଜଳ ଅର୍ପଣ କରନ୍ତୁ ନାହିଁ।
ପ୍ରଭୁଙ୍କର ଦୁବ ଓ ମୋଦକ ଖୁବ ପ୍ରିୟ। ଏସବୁ ବିନା ପ୍ରଭୁଙ୍କ ପୂଜା ସମ୍ପୂର୍ଣ୍ଣ ହୋଇ ପାରି ନଥାଏ। ତେଣୁ ପ୍ରଭୁଙ୍କୁ ଦୁବ ଓ ମୋଦକ ନିଶ୍ଚୟ ଅର୍ପଣ କରନ୍ତୁ।
ପ୍ରଭୁଙ୍କୁ କନିୟର, ପଦ୍ମ, ଚମ୍ପା, ଗେଣ୍ଡୁ ଫୁଲ ନିଶ୍ଚୟ ଅର୍ପଣ କରନ୍ତୁ।
ପୂଜା ସମୟରେ କଳା ଓ ନୀଳ ରଙ୍ଗର ପୋଷାକ ଆଦୌ ପିନ୍ଧନ୍ତୁ ନାହିଁ।
ଚମଡା ଜାତୀୟ ଜିନିଷ ବ୍ୟବହାର କରନ୍ତୁ ନାହିଁ।
ସ୍ଥାପନା ପରେ ମୂର୍ତ୍ତିକୁ ଏଣେତେଣେ ରଖନ୍ତୁ ନାହିଁ।
ସରଳ ଉପାୟରେ ପ୍ରଭୁ ଗଣେଶଙ୍କୁ କରନ୍ତୁ ପୂଜାର୍ଚ୍ଚନା
Popular Categories



