www.samajalive.in
Wednesday, December 10, 2025
17.1 C
Bhubaneswar

ଏସିଆ କପ୍ ୨୦୨୨: ବନ୍ୟା ପୀଡିତଙ୍କୁ ସମବେଦନା ଜଣାଇ ପାକିସ୍ତାନ ଖେଳାଳି ପିନ୍ଧିବେ କଳା ରଙ୍ଗର ଫିତା

ଡେସ୍କ: ଏସିଆ କପ୍ ୨୦୨୨ରେ ପାକିସ୍ତାନ କ୍ରିକେଟ୍ ଦଳ ଆଜି (ରବିବାର) ଭାରତ ବିପକ୍ଷରେ କଳା ରଙ୍ଗର ଫିତା ପିନ୍ଧି ଖେଳିବ। ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ପାକିସ୍ତାନ କ୍ରିକେଟ୍ ଦଳ ଦେଶର ବନ୍ୟା ପିଡୀତଙ୍କ ପ୍ରତି ସମବେଦନା ଜଣାଇବା ସ୍ୱରୂପ ହାତରେ କଳା ରଙ୍ଗର ଫିତା ପିନ୍ଧିବ।

ସୂଚନାଯୋଗ୍ୟ, ପାକିସ୍ତାନରେ ଏପର୍ଯ୍ୟନ୍ତ ବନ୍ୟାରେ ମୃତ୍ୟୁ ସଂଖ୍ୟା ୧ ହଜାର ଅତିକ୍ରମ କରିଛି ଏବଂ ଗତ ଜୁନ୍ ମାସରୁ ବନ୍ୟାରେ ହଜାର ହଜାର ଲୋକ ଆହତ ଓ ଗୃହାଶୂନ୍ୟ ହୋଇଛନ୍ତି। ସେଠାକାର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଜୁନ୍ ୧୪ରୁ ବର୍ଷା ଓ ବନ୍ୟାରେ ୧ ହଜାର ୫୨୭ ଜଣ ଆହତ ହୋଇଥିବା ବେଳେ ଅତି କମରେ ୧ ହଜାର ୩୩ ଜଣଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଂଟାରେ ପ୍ରାୟ ୧୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୧ ଜଣ ଆହତ ହୋଇଛନ୍ତି। ପାକିସ୍ତାନର ୧୧୦ଟି ଜିଲ୍ଲାରେ ବନ୍ୟାର ପ୍ରଭାବ ପଡିଛି। ପାକିସ୍ତାନ ସରକାର ଏଥିପାଇଁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟା ୭.୩୦ ମିନିଟରେ ଉଭୟ ଦେଶ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories