www.samajalive.in
Sunday, December 7, 2025
18.1 C
Bhubaneswar

କେନ୍ଦ୍ର ସରକାର ଆଣିବେ ନୂଆ ଜଳ ନୀତି

ନୂଆଦିଲ୍ଲୀ: ଆନ୍ତଃରାଜ୍ୟ ନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଏକ ମାଷ୍ଟରପ୍ଲାନ୍‍ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଏକ ନୂଆ ପ୍ରଭାବଶାଳୀ ନୀତି ପ୍ରଣୟନ କରାଯିବ। ସଂସଦର ଆସନ୍ତା ଶୀତ ଅଧିବେଶନରେ ଏ ସମ୍ପର୍କିତ ବିଲ୍‍ ଉପସ୍ଥାପିତ ହୋଇପାରେ ବୋଲି ସୂଚନା ମିଳିଛି। ଏହି ନୂଆ ନୀତି କାର୍ଯ୍ୟକାରୀ ହେଲେ ୧୯୫୬ରେ ପ୍ରଣୀତ ନଦୀ ନୀତିର ବିଲୋପ ଘଟିବ। ଏବେ ନଦୀ ନୀତି- ୧୯୫୬ର କାର୍ଯ୍ୟକାରୀତା କେବଳ ଏକ ଉପଦେଷ୍ଟା ଭାବେ ସୀମିତ ରହିଛି।
ରିଭର ବେସିନ୍‍ ମ୍ୟାନେଜମେଣ୍ଟ ବିଲ୍‍-୨୦୧୮ର ପ୍ରସ୍ତାବ ଅନୁଯାୟୀ ଦେଶର ସମସ୍ତ ୧୩ଟି ନଦୀ ବିକାଶ କର୍ତ୍ତୃପକ୍ଷର ପରିଚାଳନା ବ୍ୟବସ୍ଥା ଦୁଇସ୍ତରୀୟ ହେବ। ସେଥିରେ ସରକାରୀ ପରଷଦ ଓ ନିର୍ବାହୀ ମଣ୍ଡଳୀ କାର୍ଯ୍ୟ କରିବ। ସରକାରୀ ପରିଷଦ ମୁଖ୍ୟ ଭାବେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିବେ। ଏହାଫଳରେ ଆନ୍ତଃରାଜ୍ୟ ଜଳ ବିବାଦକୁ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ଓ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ। ବର୍ଷକୁ ଦୁଇ ଥର ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଗଙ୍ଗା, ଗୋଦାବରୀ, ମହାନଦୀ, ମାହି, ନର୍ମଦା, ପେନାର, କାବେରୀ, କ୍ରିଷ୍ଣା, ତାପି, ସୁବର୍ଣ୍ଣରେଖା, ବ୍ରାହ୍ମଣୀ-ବୈତରଣୀ, ବ୍ରହ୍ମପୁତ୍ର-ବାରାକ୍‍,ସିନ୍ଧୁ ନଦୀ ପାଇଁ ଏହି ନୀତି କାର୍ଯ୍ୟକାରୀ ହୋଇପାରିବ। ଆନ୍ତଃମୁଖ୍ୟମନ୍ତ୍ରୀ କମିଟିର ସଭାପତି ପଦ ପାଇଁ ସେହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ଭିତରୁ ପର୍ଯ୍ୟାୟକ୍ରମେ ନିର୍ବାଚିତ ହେବେ। କମିଟିରେ କୌଣସି ନିଷ୍ପର୍ଷ ହୋଇ ନପାରିଲେ ବିବାଦ ଆନ୍ତଃ ରାଜ୍ୟ ନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‍କୁ ଯିବ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories