www.samajalive.in
Sunday, December 7, 2025
14.1 C
Bhubaneswar

ମାନସିକ ଶାନ୍ତି ସହ ଅନେକ ସମସ୍ୟା ଦୂର କରେ ଏହି ୩ଟି ଜିନିଷ

କେଶର ଏକ ମହଙ୍ଗା ମସଲା। କେଶରର ବ୍ୟବହାର ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାକୁ ସେବନ କରିବାର ସର୍ବୋତ୍ତମ ଉପାୟ ହେଉଛି ସାମାନ୍ୟ କେଶର ଏବଂ ମହୁ ମିଶ୍ରିତ ଉଷୁମ କ୍ଷୀର । ଏହା ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଲାଭଦାୟକ ବୋଲି ବିବେଚନା କରାଯାଏ। କେଶରରେ ୧୫୦ ରୁ ଅଧିକ ଔଷଧୀୟ ଗୁଣ ରହିଛି। ଯାହା କାଶ, ଥଣ୍ଡା, ଜ୍ୱର ଭଳି ଅନେକ ରୋଗର ମୁକାବିଲା କରିବାର ଶକ୍ତି ଦେଇଥାଏ।
ଅନେକ ସମୟରେ କାମର ପ୍ରଭାବ , ଥକ୍କାପଣ, ଜୀବନଶୈଳୀ କାରଣରୁ ଉତ୍ତମ ନିଦ ହୋଇନଥାଏ। ଏହି ସମସ୍ୟା ଦୂର ପାଇଁ କ୍ଷୀରରେ କେଶର ମିଶାଇ ପିଇବା ଦ୍ୱାରା ଅତ୍ୟନ୍ତ ଲାଭଦାୟକ।
କେଶର ଆଣ୍ଟି-ବ୍ୟାକ୍ଟେରିଆ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଛି । ଯାହା ଖାଦ୍ୟକୁ ହଜମ କରିବାରେ ବେଶ ଲାଭଦାୟକ ହୋଇଥାଏ। ଏହା ପେଟ ଜନିତ ଅନେକ ସମସ୍ୟା ଦୂର କରିଥାଏ।
କେଶର ତ୍ୱଚା ଓ ଚର୍ମର ଚମକ ବୃଦ୍ଧିରେ ମଧ୍ୟ ବେଶ ସହାୟକ। ତ୍ୱଚାର ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ କେଶର, କ୍ଷୀର ଏବଂ ଚନ୍ଦନକୁ ମିଶାଇ ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଭଲ ଭାବରେ ଲଗାନ୍ତୁ ଏବଂ ୧୦-୧୫ ମିନିଟ୍ ପର୍ୟ୍ୟନ୍ତ ଏହାକୁ ଲଗାଇ ରଖନ୍ତୁ।ସପ୍ତାହକୁ ୨ ଥର ଏହାକୁ ବ୍ୟବହାର କଲେ ନିଜେ ଏହାର ଚମତ୍କାରିତା ଅନୁଭବ କରିପାରିବେ।
କେଶର ମିଶ୍ରିତ କ୍ଷୀରର ସେବନ କରିବା ଦ୍ୱାରା ଏହା ମାନସିକ ଶାନ୍ତି ପ୍ରଦାନ କରିବା ସହ ମନ ପ୍ରଫୁଲ୍ଲ ରହିଥାଏ ବୋଲି କୁହାଯାଏ।
ଆଣ୍ଠୁଗଣ୍ଠି ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ କେଶର ଅତ୍ୟନ୍ତ ଲାଭଦାୟକ। କେଶର ଗଛର ପତ୍ରକୁ ପେଷି ଏହାକୁ ଆଣ୍ଠୁଗଣ୍ଠିରେ ଲଗାଇଲେ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

Hot this week

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

Related Articles

Popular Categories