www.samajalive.in
Tuesday, December 9, 2025
26.1 C
Bhubaneswar

ମହାରାଷ୍ଟ୍ରରେ ଆରମ୍ଭ ହେବ ମଦ ହୋମ୍‍ ଡେଲିଭରି: ଦେଶରେ ପ୍ରଥମ

ନାଗପୁର: ଏଣିକି ମହାରାଷ୍ଟ୍ରରେ ହୋମ୍‍ ଡେଲିଭେରି ହେବ ମଦ। ସମଗ୍ର ଦେଶରେ ପ୍ରଥମ ଥର ପାଇଁ ଏଭଳି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ମହାରାଷ୍ଟ୍ର ଅବକାରୀ ବିଭାଗ ରାଷ୍ଟ୍ରମନ୍ତ୍ରୀ ଚନ୍ଦ୍ରଶେଖର ବାୱାଙ୍କୁଲେ ଏ ସମ୍ପର୍କରେ ଦେଇଥିବା ସୂଚନା ଅନୁଯାୟୀ, ଲୋକେ ମଦ କିଣିବା ପାଇଁ ଯିବା ପରେ ସେଠାରେ ମଦ ପାନ କରି ଗାଡ଼ି ଚଳାଇ ଆସୁଛନ୍ତି। ତେଣୁ ପ୍ରାୟତଃ ଦୁର୍ଘଟଣା ଘଟୁଛି। ଘରେ ମଦ କିଣିବା ସୁବିଧା ମିଳିଲେ ଦୁର୍ଘଟଣା ହ୍ରାସ ପାଇପାରିବ।
ନ୍ୟାଶ୍‍ନାଲ୍‍ କ୍ରାଇମ୍‍ ରେକର୍ଡ ବ୍ୟୁରୋର ରିପୋର୍ଟ ଅନୁଯାୟୀ ୨୦୧୫ରେ ୪.୬୪ ଲକ୍ଷ ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ସେଥିରୁ ୧.୫% ମଦ ପାନ ଯୋଗୁଁ ହୋଇଥିଲା। ଏଥିରେ ୨,୯୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬,୩୯୫ ଜଣ ଆହତ ହୋଇଥିଲେ। ଅର୍ଥାତ ମଦ୍ୟପାନ ଯୋଗୁଁ ଦୈନିକ ୮ ଜଣଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଉଛି।
ଅନ୍‍ଲାଇନ୍‍ରେ ମଦ କିଣିବା ପାଇଁ ଗ୍ରାହକଙ୍କୁ ଆଧାର ନଂ ଦେବା ବାଧ୍ୟତାମୂଳକ। ମଦର ପ୍ରସ୍ତୁତି ଓ ବିିକ୍ରି ସମ୍ପର୍କିତ ତଥ୍ୟ ଜାଣିବା ପାଇଁ ମଦ ବୋତଲର ଠିପିରେ ଏକ ସଙ୍କେତ ରହିବ। ରାଜ୍ୟ ସରକାରଙ୍କ ଏହି ନୀତିକୁ ନେଇ ରାଜ୍ୟରେ ମିଶ୍ରିତ ପ୍ରତ୍ରିକ୍ରିୟା ପ୍ରକାଶ ପାଇଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories