www.samajalive.in
Tuesday, December 9, 2025
15.1 C
Bhubaneswar

ବଦୋଦରାରେ ଦେଶର ବଡ଼ ଗରବା

ବଦୋଦରା: ୩୫ହଜାର ଲୋକ। ୧୦ହଜାରରୁ ଊଦ୍ଧ୍ୱର୍ ଦର୍ଶକ। ଦୀର୍ଘ ୩୧ବର୍ଷ ଧରି ପାଳିତ ହୋଇଆସୁଛି ଗରବାର ଏହି ପରମ୍ପରା। କେବେବି ଘଟି ନାହିଁ କୌଣସି ଅପ୍ରୀତିକର ଘଟଣା। ଯେତେବେଳେ “ମି ଠୁ’ କ୍ୟାମ୍ପେନିଂ ଦେଶର ଖ୍ୟାତନାମା ବ୍ୟକ୍ତିଙ୍କୁ ବିବାଦୀୟ କରିଦେଇଛି ସେତେବେଳେ ପାରମ୍ପରିକ ଗରବା ନୃତ୍ୟ କିନ୍ତୁ ଏହି ଅଭିଯୋଗରୁ ବହୁ ଦୂରରୁ ରହିଛି।
ଗତ ୩୧ବର୍ଷ ଧରି ନବରାତ୍ରୀ ଉପଲକ୍ଷେ ୟୁନାଇଟେଡ-ୱେ ସଂସ୍ଥା ଦ୍ୱାରା ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହି ଆୟୋଜନରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିବିଶେଷ ପାରମ୍ପରିକ ପୋଷାକ ପିନ୍ଧି ଯୋଗ ଦେଇଥାନ୍ତି। ପୁରୁଷମାନେ କୋଡିୟା-ଧୋତି, ମହିଳାମାନେ ଚଣିୟା-ଚୋଲି ପରିଧାନ କରି ଗରବା ପରିବେଷଣ କରିଥାନ୍ତି। ଗରବାରେ ସିନେ ସଙ୍ଗୀତ କିମ୍ବା ସ୍ୱରକୁ ସାମିଲ କରା ଯାଇ ନଥାଏ। ୧୧,୩୦୦ବର୍ଗ ମିଟର ମଧ୍ୟରେ ଅନୁଷ୍ଠିତ ଏହି ଉତ୍ସବର ଆୟୋଜନ ପାଇଁ ଆୟୋଜକଙ୍କୁ ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼େ। ଏଥିରେ ଯୋଗ ଦେବାକୁ ବା ଦର୍ଶକଙ୍କ ପାଇଁ ଅନଲାଇନ ଟିକଟ ବିକ୍ରି କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି। ମାତ୍ର ୨୪ଘଣ୍ଟା ମଧ୍ୟରେ କାର୍ଯ୍ୟକ୍ରମର ସମସ୍ତ ଟିକଟ ବିକ୍ରି ହୋଇଯାଏ। ଏହି କାର୍ଯ୍ୟକ୍ରମର ଲୋକପ୍ରିୟତା ଏଥିରୁ ସ୍ପଷ୍ଟ ଅନୁମେୟ।ଟିକଟର ମୂଲ୍ୟ ୩୫୦୦ଟଙ୍କାରୁ ଆରମ୍ଭ ହୋଇଥାଏ। ଆୟୋଜନ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ଟିକଟ ଓ ପାସ ବିକ୍ରିରୁ ଆଦାୟ କରାଯାଇ ଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories