ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମୁରୁସୁଆଁ ଗ୍ରାମ ମଧ୍ୟକୁ ପଶି ଆସିଥିବା ଏକ ୧୨ ଫୁଟ ଲମ୍ବର ବିରାଟ ଅଜଗରକୁ ଗ୍ରାମବାସୀମାନେ ଉଦ୍ଧାର କରି ବନ ବିଭାଗକୁ ଜିମା ଦେଇଛନ୍ତି । ଖବର ପାଇବା ପରେ ପାଟଣା ବନାଞ୍ଚଳ ଅଧିକାରୀ ଘାଷିନାଥ ପାତ୍ର, ବନପାଳ ଚିତ୍ତରଞ୍ଜନ ପରିଡ଼ା ପ୍ରମୁଖ ମୁରୁସୁଆଁ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ଠାରୁ ଅଜଗରକୁ ଉଦ୍ଧାର କରିବା ସହ ତାକୁ ତୁରୁମୁଙ୍ଗା ନିକଟ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଥିବା ସୂଚନା ମିଳିଛି।
Popular Categories



