www.samajalive.in
Sunday, December 7, 2025
18.1 C
Bhubaneswar

ଅତାବିରାରେ ତ୍ରିରଙ୍ଗା ପତାକାକୁ ନେଇ ବିରାଟ ଶୋଭାଯାତ୍ରା

ରେଙ୍ଗାଲିକ୍ୟାମ୍ପ : ଭାରତର ସ୍ଵାଧୀନତା ପ୍ରାପ୍ତିର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଭାରତରେ ଆଜି ” ଆଜାଦି କି ଅମୃତ ମହୋତ୍ସବ ” ପାଳିତ ହେଉଛି । ଏହି ଅବସରରେ ଅତାବିରାରେ ୫୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ତ୍ରିରଙ୍ଗା ପତାକାକୁ ନେଇ ଏକ ବିରାଟ ଶୋଭାଯାତ୍ରା ହୋଇଥିଲା । ଅତାବିରା ଏନ୍ ଏ ସି  ସ୍ଥିତ ରାମଚଣ୍ଡୀ ମନ୍ଦିରରୁ ଏହି ବିଶାଳ ଶୋଭାଯାତ୍ରା ବାହାରି ପୁରୁଣା ସିନେମା ଘର ଛକ ପର୍ଯ୍ୟନ୍ତ ଯାଇଥିଲା । ରାସ୍ତାରେ ବୀର ସୁରେନ୍ଦ୍ର ସାର୍ ଛକ ରେ ଓଡ଼ିଶା ମାଟିର ବୀର ସଂଗ୍ରାମୀ  ବରପୁତ୍ର ଵୀର ସୁରେନ୍ଦ୍ର  ସାଏଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।ଏହାପରେ  ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମଧ୍ୟ ପୁଷ୍ପ ସୁମନ ଅର୍ପଣ କରି ଆଜିର ଅମୃତ ବେଳାରେ ତାଙ୍କୁ ସମ୍ମାନ ଜଣାଯାଇଥିଲା ।
ଜାତୀୟ ସ୍ୱାଭିମାନ ଦେଶର ତ୍ରିରଙ୍ଗାର ଟେକ ରଖିବା ଦେଶର ପ୍ରତି ନାଗରିକଙ୍କ କର୍ତ୍ତବ୍ୟ । ଏହି କର୍ତ୍ତବ୍ୟକୁ ଆଜି ପାଳନ କରି ଅଞ୍ଚଳର ଅଗଣିତ ନର ନାରୀ ଏକାକାର ହୋଇ ଜାତୀୟ ଭାବଧାରା ରେ ଉଦ୍ବୃତ୍ତ ହୋଇ ନିଜକୁ ସାମିଲ କରିନେଇଥିଲେ ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ । ଏହି ଜାତୀୟ ଭାବଧାରାକୁ  ପ୍ରବଳ ବର୍ଷା ର ଧାରା ମଧ୍ୟ ଅଟକାଇ ପ।ରି ନଥିଲା । ଭୀଷଣ ବର୍ଷା  ସତ୍ତ୍ଵେ ମଧ୍ୟ  ଶୋଭାଯାତ୍ରା ସହର ପରିକ୍ରମା କରି  ଏହି ଅମୃତ ମହୋତ୍ସବର ଉଦ୍ଦେଶ୍ୟକୁ ଚରିତାର୍ଥ କରିଥିଲା ।
ସହର ଠାରୁ ଆରମ୍ଭ କରି ଗାଆଁ ପର୍ଯ୍ୟନ୍ତ ସମସ୍ତ ନାଗରିକ ଜାତି ,ଧର୍ମ ,ବର୍ଣ୍ଣ କୁ ଭୁଲି ଯାଇ ଭାରତର ସ୍ଵାଧୀନତାର ଏହି ଅମୃତ ମହୋତ୍ସବରେ ଯୋଗଦାନ କରି ଥିଲେ । ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ,ସାଂସଦ ଶ୍ରୀ  ସୁରେଶ ପୂଜାରୀ  ସାମିଲ ହୋଇ ଏହି ଶୋଭାଯାତ୍ରାକୁ ଆହୁରି ଆନନ୍ଦମୟ ଓ  ଉଲ୍ଲାସମୟ କରିଥିଲେ । ସହରର ସମସ୍ତ ବିଦ୍ୟାଳୟ ,ମହାବିଦ୍ୟାଳୟର ଛାତ୍ର ଛାତ୍ରୀ , ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନର କର୍ମଚାରୀ ଓ ପଦାଧିକାରୀ ,ବରିଷ୍ଠ ନାଗରିକ  ସଂଘ,ମାରୱାଡ଼ି ଯୁବା ମଞ୍ଚ ଲାୟନସ୍ କ୍ଲବ୍ ,ବଣିକ ସଂଘ ,ମାରୱାଡ଼ି ସମ୍ମେଳନ ,ଯେ ସି ଆଇ , ବ୍ରାହ୍ମଣ ସମାଜ ,ଖ୍ରୀଷ୍ଟ ସମାଜ ,କଳାକାର ସଂଘ,ବ୍ରହ୍ମା କୁମାରୀ ସ୍ୱରୀୟ ବିଶ୍ଵ ବିଦ୍ୟାଳୟ ,ସୈନିକ  ସଂଘ ,ଶିକ୍ଷକ ସଂଘ,ବଜରଙ୍ଗ ଦଳ ,ଆଞ୍ଚଳିକ ଦଳ ,କୃଷକ ସଂଗଠନ ,ସାମ୍ବାଦିକ ସଂଘ ତଥା ସମସ୍ତ ରାଜନୈତିକ ଦଳର  କର୍ମ କର୍ତ୍ତାମାନେ  ମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ଶୋଭାଯାତ୍ରାକୁ ସଫଳ କରିଥିଲେ । ଶୋଭାଯାତ୍ରା ସମୟରେ ଯାନ ବାହନ ସବୁ ଅଟକି ତ୍ରିରଙ୍ଗା ପତାକାକୁ ସମ୍ମାନ ଜଣାଇଥିଲେ ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories