www.samajalive.in
Tuesday, December 9, 2025
16.1 C
Bhubaneswar

ବିତିଲାଣି ୩ବର୍ଷ; ହେଲେ ଭଡ଼ା ଦେଉନାହାନ୍ତି ଲିଜ୍‌ଧାରୀ

ଗୋପାଳପୁର: ଓଡ଼ିଶାର ପ୍ରଥମ ପର୍ଯ୍ୟଟନ ଭାଷାନ୍ତର କେନ୍ଦ୍ରର ଗୋପାଳପୁର ଠାରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିଲା । କିନ୍ତୁ ଏହି କେନ୍ଦ୍ରକୁ ଗୋପାଳପୁର ଏନ.ଏ.ସି ପକ୍ଷରୁ ଜଣେ ବେସରକାରୀ ବ୍ୟକ୍ତିକୁ ରେଷ୍ଟୁରାଣ୍ଟ କରିବା ନିମନ୍ତେ ଗତ ୩ ବର୍ଷ ତଳେ ମାସିକ ଭଡା ସୁତ୍ରରେ ପ୍ରଦାନ କରିଥିଲେ ମଧ୍ୟ ଲିଜଧାରୀ ପକ୍ଷରୁ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ଯାଏଁ ଟଙ୍କା ଟିଏ ଭଡା ଦେଇନଥିବା ସହ ଏନ ଏ ସି ପକ୍ଷରୁ ଭଡା ପ୍ରଦାନ ନିମନ୍ତେ ନୋଟିସ ପ୍ରଦାନ ସତ୍ତ୍ୱେ ଲିଜଧାରୀ ଗୁରୁତ୍ବ ଦେଉନଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ ଗତ ୨୦୦୪-୨୦୦୫ ଆର୍ଥିକ ବର୍ଷରେ ଡେଷ୍ଟିନେସନ ଗୋପାଳପୁର ପ୍ରୋଜେକ୍ଟ କାର୍ଯ୍ୟକାରୀ ହେବା ସହ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ଗୋପାଳପୁର ବତୀଘର କଡରେ ଦୁଇ ମହଲା ବିଶିଷ୍ଟ ଏକ ସୁନ୍ଦର କୋଠା ନିର୍ମାଣ ସହ ଏହାକୁ ୨୦୦୭-୦୮ରେ ତତ୍କାଳୀନ ପର୍ଯ୍ୟଟନ ମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା । କିନ୍ତୁ ଅନେକ ବର୍ଷ ଧରି ଏହାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ କାର୍ଯ୍ୟକ୍ଷମ କରାଯାଇ ନପାରିବାରୁ ଏହି କୋଠାକୁ ଗୋପାଳପୁର ଏନ.ଏ.ସିକୁ ହସ୍ତାନ୍ତର କରାଯାଇଥିଲା ।

- Advertisement -

ଏନ.ଏ.ସି ପକ୍ଷରୁ ଗତ ୨୦୧୯ ମସିହାରେ ସୂର୍ଯ୍ୟ ସାହୁ ନାମକ ଜୈନିକ ବ୍ୟକ୍ତିଙ୍କୁ ମାସିକ ୧୫ ହଜାର ଟଙ୍କା ଭଡା ସୁତ୍ରରେ ରେଷ୍ଟୁରାଣ୍ଟ ଖୋଲିବା ନିମନ୍ତେ ପ୍ରଦାନ କରାଯାଇଥିଲା । ଏହା ମଧ୍ୟରେ ଲିଜ ନେଇଥିବା ବ୍ୟକ୍ତି ଜଣଙ୍କ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ଯାଏଁ ଏହାକୁ କାର୍ଯ୍ୟକ୍ଷମ କରି ନଥିବା ସହ ମାସିକ ଭଡା ମଧ୍ୟ ଗୋପାଳପୁର ଏନ.ଏ.ସିକୁ ପ୍ରଦାନ କରିନଥିବା ଜଣାପଡିଛି । ଏହା ନେଇ ଗୋପାଳପୁର ଏନ.ଏ.ସି ୨ଥର ଲିଜଧାରୀଙ୍କୁ ପ୍ରାୟ ୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ପଇଠ ନିମନ୍ତେ ନୋଟିସ କରାଯାଉଥିଲେ ମଧ୍ୟ ଏଥି ପ୍ରତି ଲିଜଧାରୀ କର୍ଣ୍ଣପାତ କରୁନଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ଏହି କୋଠାକୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭି କିର୍ତ୍ତି ଭାସନଙ୍କ ଗୋପାଳପୁର ଏନ.ଏ.ସିର ପ୍ରଶାସକ ଭାବେ ଦାୟିତ୍ଵ ନିର୍ବାହ କରୁଥିବା ସମୟରେ ଲିଜ ପ୍ରଦାନ କରାଯାଇଥିଲା ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories