www.samajalive.in
Sunday, December 7, 2025
13.1 C
Bhubaneswar

ରେଳ କର୍ମଚାରୀଙ୍କୁ ମିଳିବ  ୭୮ ଦିନର  ବୋନସ

ନୂଆଦିଲ୍ଲୀ . – ଦେଶର ରେଳ କର୍ମଚାରୀମାନଙ୍କ ପାଇଁ ଖୁସିର ଖବର। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ୨୦୧୭-୧୮ ଆର୍ଥିକ ବର୍ଷ ଲାଗି ସମସ୍ତ ଯୋଗ୍ୟ ଅଣ ଗେଜେଟେଡ ରେଳ କର୍ମଚାରୀମାନଙ୍କୁ (ଆରପିଏଫ/ଆରପିଏସଏଫ କର୍ମଚାରୀମାନଙ୍କୁ ବାଦ ଦେଇ) ୭୮ ଦିନର ଦରମା ସହ ସମାନ ଉତ୍ପାଦନ-ଭିତିକ ବୋନସ (ପିଏଲବି) ପ୍ରଦାନ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ରେଳ କର୍ମଚାରୀମାନଙ୍କୁ ୭୮ଦିନର ପିଏଲବି ପ୍ରଦାନ କରିବା ଲାଗି ଅତିରିକ୍ତ ୨୦୪୪.୩୧ କୋଟି ଟଙ୍କା ଖର୍ଚ୍ଚ ହେବ। ଯୋଗ୍ୟ ଅଣ ଗେଜେଟେଡ ରେଳ କର୍ମଚାରୀମାନଙ୍କୁ ପିଏଲବି ପଇଠ ଲାଗି ଦରମା ଗଣନା ସୀମା ମାସିକ ୭ ହଜାର ଟଙ୍କା ନିର୍ଦ୍ଧାରିତ ହୋଇଛି। ୭୮ ଦିନ ଲାଗି ପ୍ରତ୍ୟେକ ଯୋଗ୍ୟ ରେଳ କର୍ମଚାରୀମାନଙ୍କୁ ୧୭,୯୫୧ ଟଙ୍କାର ସର୍ବାଧିକ ପରିଶୋଧ ଦେୟ ହେବ। ଏହି ନିଷ୍ପତି ଦ୍ୱାରା ପାଖାପାଖି ୧୧.୯୧ ଲକ୍ଷ ଅଣ ଗେଜେଟେଡ ରେଳ କର୍ମଚାରୀ ଲାଭାନ୍ୱିତ ହେବେ।

ରେଳବାଇର ଉତ୍ପାଦନ-ଭିତିକ ବୋନସ ସାରା ଦେଶର ସମସ୍ତ ଅଣ ଗେଜେଟେଡ ରେଳ କର୍ମଚାରୀ (ଆରପିଏଫ/ଆରପିଏସଏଫ କର୍ମଚାରୀଙ୍କୁ ବାଦଦେଇ)ଙ୍କୁ କଭର କରୁଛି। ଯୋଗ୍ୟ ରେଳ କର୍ମଚାରୀମାନଙ୍କୁ ପିଏଲବି ପ୍ରତ୍ୟେକ ବର୍ଷ ଦଶହରା/ପୂଜା ଛୁଟି ପୂର୍ବରୁ ଦିଆଯାଇଥାଏ। କ୍ୟାବିନେଟଙ୍କର ଏହି ନିଷ୍ପତି ଚଳିତ ବର୍ଷ ମଧ୍ୟ ଛୁଟି ପୂର୍ବରୁ ଲାଗୁ ହୋଇଯିିବ। ୨୦୧୭-୧୮ ବର୍ଷ ଲାଗି ୭୮ ଦିନର ଉତ୍ପାଦନ-ଭିତିକ ବୋନସ ଦିଆଯିବା ଦ୍ୱାରା ରେଳବାଇର କାମ କାର୍ଯ୍ୟ ସୁଧାରିବାରେ କର୍ମଚାରୀଙ୍କ ମନୋବଳ ବୃଦ୍ଧି ହେବ ବୋଲି ଆଶା କରାଯାଉଛି।

- Advertisement -

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories