www.samajalive.in
Tuesday, December 9, 2025
19.1 C
Bhubaneswar

ପୁରୀ ମନ୍ଦିରରେ ପୁଲିସ ପାଇଁ ଜୋତା ଓ ଅସ୍ତ୍ର ମନା:ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ପୁରୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଧାଡ଼ି ଦର୍ଶନ ଓ ଏହାକୁ କେନ୍ଦ୍ର କରି ୩ ଅକ୍ଟୋବରରେ ହୋଇଥିବା ଆନ୍ଦୋଳନକୁ ଦୃଷ୍ଟିରେ ରଖି ସୁପ୍ରିମ କୋର୍ଟ ବୁଧବାର ଶୁଣାଣି ଅବସରରେ ପୁଲିସ ଅଧିକାରୀଙ୍କୁ ଜୋତା ଓ ଅସ୍ତ୍ର ନେଇ ପ୍ରବେଶ କରିବାକୁ ବାରଣ କରିଛନ୍ତି। ଜଷ୍ଟିସ ମଦନ ବି ଲୁକର ଓ ଜଷ୍ଟିସ ଦୀପକ ଗୁପ୍ତାଙ୍କ ଖଣ୍ଡପିଠଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଥି ନିମନ୍ତେ ସୂଚନା ଦେବା ସହ ଏହି ଆନ୍ଦୋଳନରେ ଅଦ୍ୟାବଧି ୪୭ଜଣଙ୍କୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଥିଲେ। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିବା ସହ ମନ୍ଦିର ପରିସରରେ କୌଣସି ହିଂସାତ୍ମକ ଘଟଣା ଘଟି ନଥିଲା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମ କୋର୍ଟରେ ସତ୍ୟପାଠ କରାଯାଇଛି। ଆନ୍ଦୋଳନକାରୀମାନେ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବାବେଳେ ତାହା ମନ୍ଦିରଠାରୁ ୫୦୦ମିଟର ଦୂରରେ ସଂଘଟିତ ହୋଇଛି ବୋଲି ରାଜ୍ୟ ସରକାର ସତ୍ୟପାଠରେ ଉଲ୍ଲେଖ କରିଥିଲେ। ଅପରପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଏହି ଘଟଣା ଦିନ ପୁଲିସ ଜୋତା ପିନ୍ଧି ଓ ଅସ୍ତ୍ର ନେଇ ମନ୍ଦିର ପରିସରରେ ପଶିଥିବା ଘଟଣାକୁ ଦୃଷ୍ଟିରେ ରଖି ସୁପ୍ରିମ କୋର୍ଟ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories