www.samajalive.in
Sunday, December 7, 2025
13.1 C
Bhubaneswar

ଦେଶରେ ତୃତୀୟ ମଙ୍କିପକ୍ସ ସଂକ୍ରମିତ କେରଳରୁ ଚିହ୍ନଟ

ଡେସ୍କ: କେରଳର ମାଲାପୁରାମ ଜିଲ୍ଲାରେ ମଙ୍କିପକ୍ସ ସଂକ୍ରମିତ ତୃତୀୟ ବ୍ୟକ୍ତି ଚିହ୍ନଟ ହୋଇଥବା ଜଣାପଡିଛି। ଏହି ସଂକ୍ରମଣରେ ଜଣେ ୩୫ ବର୍ଷ ବୟସ୍କ ବ୍ୟକ୍ତି ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ ଜୁଲାଇ ୬ରେ ୟୁଏଇରୁ ଫେରିବା ପରେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ ବୋଲି କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଆଜି କହିଛନ୍ତି।

ସେ କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତି ଜୁଲାଇ ୧୩ରେ ମଞ୍ଜରୀ ମେଡିକାଲ କଲେଜ ହସ୍ପିଟାଲରେ ଜ୍ୱରରେ ଆକ୍ରାନ୍ତ ହୋଇ ଭର୍ତ୍ତି ହୋଇଥିଲେ ଏବଂ ୧୫ ତାରିଖରୁ ତାଙ୍କ ଦେହରେ ମଙ୍କିପକ୍ସ ସଂକ୍ରମଣର ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥିଲା। ତାଙ୍କ ପରିବାର ଏବଂ ସଂପର୍କିୟମାନଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଥିବା ସେ କହିଛନ୍ତି।

- Advertisement -

ପୂର୍ବରୁ ଜୁଲାଇ ୧୮ରେ କେରଳର କନ୍ନୁର ଜିଲ୍ଲାରେ ଦ୍ଵିତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଥିଲା। ଜଣେ ୩୧ ବର୍ଷ ବୟସ୍କା ବ୍ୟକ୍ତି ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ୟୁଏଇର ଜଣେ ଯାତ୍ରୀ କେରଳକୁ ଫେରିବା ପରେ ଜୁଲାଇ ୧୪ରେ ମଙ୍କିପକ୍ସ ସଂକ୍ରମଣ ପ୍ରଥମ ରୋଗୀ ଦେଶରେ ଚିହ୍ନଟ ହୋଇଥିଲା। ତାଙ୍କୁ ଥିରୁବନନ୍ତପୁରମ୍ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ମଙ୍କିପକ୍ସ ହେଉଛି ଏକ ଭାଇରାଲ୍ ଜୁନୋଟିକ୍ ସଂକ୍ରମଣ ଯାହା ମଙ୍କିପକ୍ସ ଜୀବାଣୁ ଦ୍ୱାରା ହୋଇଥାଏ। ଏହା ପ୍ରାୟତଃ ମାନବ ଯୋଗାଯୋଗରୁ ବ୍ୟାପିଥାଏ। ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଘନିଷ୍ଠ ଥିବା ଲୋକଙ୍କୁ ନଜରରେ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଏହା ପୂର୍ବରୁ ଜୁଲାଇ 14ରେ, କେରଳରୁ ୟୁଏଇର ଜଣେ ଯାତ୍ରୀଙ୍କ ପ୍ରଥମ ମଙ୍କିପକ୍ସ ମାମଲା ଜଣାପଡିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories