www.samajalive.in
Sunday, December 7, 2025
26.1 C
Bhubaneswar

ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଶିଳ୍ପାଞ୍ଚଳ ପରିଦର୍ଶନ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଣପତି ସାବତ ଫାଉଣ୍ଡେସନ ଓ କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ମିଳିତ ସହାୟତାରେ ରମ୍ଭା ସରକାରୀ ଉଚ୍ଚ ବିଦ୍ୟାଳୟର ଆଦିବାସୀ ଓ ହରିଜନ ଛାତ୍ର ଛାତ୍ରୀମାନଙ୍କୁ ନେଇ ଏକ ୪ ଦିନିଆ ଶିଳାଞ୍ଚଳ ପରିଦର୍ଶନ କରାଯାଇଛି  । ଛାତ୍ର ଛାତ୍ରୀଙ୍କ ମନରେ ବୈଜ୍ଞାନିକ ମନୋବୃତ୍ତି ଓ ବିଜ୍ଞାନ ସମ୍ବନ୍ଧୀୟ ପ୍ରତ୍ୟକ୍ଷ ଜ୍ଞାନ ଆହରଣ ଲକ୍ଷ୍ୟ ନେଇ ଶତାଧିକ ଛାତ୍ରଛାତ୍ରୀ ଗଞ୍ଜାମ ଜିଲ୍ଲାରେ ଗଢି ଉଠିଥିବା ଭାରତୀୟ ବିରଳ ମୂର୍ତ୍ତିକା ଲିମିଟେଡ଼ (ଆଇ. ଆର. ଇ ଏଲଟିଡି),ଛତ୍ରପୁର ତାମ୍ପରା ହ୍ରଦ,କନକ ମତ୍ସ ପ୍ରଜନନ୍ନ କେନ୍ଦ୍ର (କଣ୍ଟିଆ ଗଡ଼ ), ବଟେଶ୍ୱର ମନ୍ଦିର, ସମୁଦ୍ର ବେଳାଭୂମି, ହୁମା କାଜୁ ପ୍ରକ୍ରିୟା କରଣ ଇୟୁନିଟ, ମା ଆଶବ୍ରିଗ ପ୍ଲାଣ୍ଟ, ମା ବିଟୁମିନ୍ସ ହଟମିଗ୍ସ ପ୍ଲାଣ୍ଟ(ବାଲିପଦର ), ଅଗ୍ରଣୀ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ଼ (ଜହମି ), ଚିଲିକା କାଜୁ ଇଣ୍ଡରଷ୍ଟ୍ରିଜ (ସୁବଳିଆ) ପ୍ରମୁଖ ବିଭିନ୍ନ ଶିଳ୍ପର ପରିଦର୍ଶନ କରି କଞ୍ଚାମାଲ ସହ ଉତ୍ପାଦନ ସାମଗ୍ରୀର ପ୍ରକ୍ରିୟା କରଣ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରାଯାଇଥିଲା  । କାର୍ୟ୍ୟକ୍ରମରେ ଗଣପତି ଫାଉଣ୍ଡେସନର ସଭାପତି ଡ଼ଃ ବିନୋଦ ଚନ୍ଦ୍ର ସାବତ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟକୁମାର ବିଶ୍ୱାଳ, ବାଲକୃଷ୍ଣ ମହାରଣା, ଡ଼ଃ ଶଙ୍କର ନାରାୟଣ ବେଜ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀନାଥ ବେହେରା ଓ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ  ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories