www.samajalive.in
Sunday, December 7, 2025
13.1 C
Bhubaneswar

ହାତୀ ଆକ୍ରମଣରେ ଜଣେ ଗୁରୁତର

ବଣାଇ: ବଣାଇଁ ବନଖଣ୍ଡ ଅନ୍ତର୍ଗତ ଜର୍ଡା ରେଞ୍ଜର ରାମଛିଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଆଜି ସକାଳେ ରାମଛିଣ୍ଡା ଗ୍ରାମର ଏନେଏମ ଟପ୍ନୋ (୩୫) ଘରୁ ଶୌଚ କରିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଜଗଂଲ ଭିତରୁ ଏକ ହାତୀ ହଠାତ୍ ବାହାରି ଆସି ଏନେଏମକୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇ ପଡିଥିଲେ। ପରିବାର ଲୋକେ ଦେଖି ଜର୍ଡା ରେଞ୍ଜର ପ୍ରସନ୍ନ କୁମାର ସେଠୀ ଓ ଫରେଷ୍ଟର ହରେକୃଷ୍ଣ ସାହୁ, ଫରେଷ୍ଟଗାର୍ଡ ତୋଫାନ କୁମାର ତ୍ରିପାଠୀ ପହଞ୍ଚି ଏକ ଗାଡି ସାହାଯ୍ୟରେ ଉଦ୍ଧାର କରି ପ୍ରଥମେ ଗୁରୁଣ୍ଡିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି ଚିକିତ୍ସା ଚାଲୁଥିବା ଜଣାପଡିଛି। ତେବେ ହାତୀ ଆକ୍ରମଣରେ ଶ୍ରୀ ଟପ୍ନୋଙ୍କ ଅଣ୍ଟାରେ ମାଡ ହୋଇଥିବା ଜଣାପଡିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories