www.samajalive.in
Sunday, December 7, 2025
23.1 C
Bhubaneswar

ଏନ ବରପଲ୍ଲୀରେ ୭୩ ତମ ବନମହୋତ୍ସବ ପାଳିତ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅଧିନସ୍ଥ ରାମଗଡ଼ ପଞ୍ଚାୟତର ଏନ ବରପଲ୍ଲୀ ଶିକ୍ଷାନୁଷ୍ଠାନ ପାର୍ଶ୍ୱରେ ୭୩ ତମ ବନମହୋତ୍ସବ ପାଳିତ ହୋଇଯାଇଛି । ଆୟୋଜିତ କାର୍ୟ୍ୟକ୍ରମରେ ଗଞ୍ଜାମ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା( ମୁଖ୍ୟ ଅତିଥି )ଖଲ୍ଲିକୋଟ ବନାଞ୍ଚଳ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ (ମୁଖ୍ୟ ବକ୍ତା ),ରାମଗଡ଼ ଗ୍ରାମ ପଞ୍ଚାୟତ ସରପଞ୍ଚ ସନ୍ତୋଷିନୀ ବେହେରା, ଗୀତାଞ୍ଜଳି ବେହେରା ସମିତି ସଭ୍ୟା, ଗଞ୍ଜାମ ଜିଲ୍ଲା ଇକୋ କ୍ଳବ ସଂଯୋଜକ ଡ଼ଃ ଶଙ୍କର ନାରାୟଣ ବେଜ, ସୁବଳୟା ଗ୍ରାମ ପଞ୍ଚାୟତ ପ୍ରାକ୍ତନ ସରପଞ୍ଚ କେଦାର ନାଥ ସ୍ୱାଇଁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ, ଓ ବାଳକୃଷ୍ଣ ମହାରଣା ପ୍ରମୁଖ ମଞ୍ଚାସିନ ହୋଇଥିଲେ ।

ଅତିଥି ମାନେ ବକ୍ତବ୍ୟ ରେ ବର୍ତମାନ ପରିସ୍ଥିତିରେ ଜଳ ବାୟୁ ପରିବର୍ତ୍ତନ, ବିଶ୍ୱ ତାପ ବୃଦ୍ଧି, , ଓଜନ ସ୍ତରର ଅବକ୍ଷୟ ସହ ପରିବେଶ ପ୍ରଦୂଷଣ ରୋକିବାରେ ବୃକ୍ଷ ରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ ।  ଏଥିସହ ଗ୍ରାମବାସୀଙ୍କ ପକ୍ଷରୁ ମଞ୍ଚାସିନ ବ୍ୟକ୍ତିମାନଙ୍କୁ ଉପଢୌକାନ ସହ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ । ତତ ସଙ୍ଗେ ସଙ୍ଗେ ପୋଡ଼ଗଡ଼ ସଭାପତି ସୁରେନ୍ଦ୍ର କୁମାର ସାହୁ, ଝଟି ପଦର ପ୍ରାକ୍ତନ ନ୍ୟାୟ ସରପଞ୍ଚ କାମେଶ୍ୱର ପଲାଇ, ପ୍ରୟ।ଗିର ସ୍ବେଛାସେବୀ ରଞ୍ଜନ ତରାଇ ଓ ବିକ୍ରମ କୁମାର ଦାସଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ୟ୍ୟକ୍ରମକୁ ସଞ୍ଚ।ଳନରେ ଏନ ବରପଲ୍ଲୀର ୱାର୍ଡ ସଭ୍ୟ ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମବାସୀ, ଉତ୍ସାହି ଯୁବକ ସତ୍ୟ ପ୍ରଧାନ, ଅଭି ପ୍ରଧାନ, ଶବର ପ୍ରଧାନ, କୃଷ୍ଣ ପ୍ରଧାନ ପ୍ରମୁଖପରିଚାଳନା କରିଥିଲେ । ପରିଶେଷରେ ନୌସେନାର କାର୍ୟ୍ୟରତ ଜିତେନ୍ଦ୍ର କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories