www.samajalive.in
Sunday, December 7, 2025
26.1 C
Bhubaneswar

ଖାଉଟିଙ୍କ ଉପରେ ମହଙ୍ଗା ମାଡ ; ଜିଏସଟି ତାଲିକାରେ ଏସବୁ ଜିନିଷ

ନୂଆଦିଲ୍ଲୀ : ଖାଉଟିଙ୍କ ଉପରେ ମହଙ୍ଗା ମାଡ। ଲଗ।ତାରେ ବୃଦ୍ଧି ପାଉଛି ବିଭିନ୍ନ ଖାଦ୍ୟ ସହ ନିତ୍ୟ ବ୍ୟବହାର ହେଉଥିବା ଜିନିଷ। ଏବେ ପୁଣି କିଛି ସ୍ୱତନ୍ତ୍ର ଖାଦ୍ୟ ଜିନିଷ ଉପରେ ଲାଗୁ ହୋଇଛି ଜିଏସଟି (ସାମଗ୍ରୀ ଓ ସେବା କର)। ବର୍ତ୍ତମାନ ପ୍ୟାକେଟ୍‍ ଦହି, ଲେବଲ ଥିବା ଦହି, ପନୀର, ଲସି, ମହୁ, ମୁଢି, ଚୂଡା ଓ ଅନ୍ୟ ନିତିଦିନିଆ ବ୍ୟବହାର ହେଉଥିବା ଜିନିଷର ମୂଲ୍ୟ ଉପରେ ଆଜି ଠାରୁ ଅଧିକ ଜିଏସଟି ଦେବାକୁ ପଡିବ। ଗତ ମାସରେ ହୋଇଥିବା ବୈଠକରେ ଜିଏସିଟି ପରିଷଦ ବିଭିନ୍ନ ଜିନିଷ ଉପରେ ଜିଏସଟି ଦର ଉପରେ ପରିବର୍ତ୍ତନ କରିଛନ୍ତି।
ଫଳରେ ଏବେ ଠାରୁ ଦହି, ଲସି, ପନୀର, ମହୁ, ଚାଉଳ, ମାଛ ଓ ମାଂସ ଆଦି କିଣିବା ବେଳେ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ।
ଜାଣନ୍ତୁ କ’ଣ ହେବ ମହଙ୍ଗା, କେତେ ପ୍ରତିଶତ…
ଦହି,ଲସି,ପନୀର,ମହୁ,ଚାଉଳ ମାଛ ଓ ମାଂସ – ୫%
ହସ୍ପିଟାଲରେ ୫,୦୦୦ଟଙ୍କାରୁ ଅଧିକ ରୁମ୍‍ ( ଆଇସିୟୁ ନୁହେଁ) – ୫%
ହୋଟେଲର ଦିନକୁ ୧,୦୦୦ ଟଙ୍କା କମ ଥିବା ରୁମ୍‍ -୧୨%
ବିଭିନ୍ନ ପ୍ରକାର ଲେଖିବା, ଚିତ୍ରାଙ୍କନ କାଳି, ଏଲଇଡି ଲାଇଟ, ଏଲଇଡ ଲ୍ୟାମ୍ପ – ୧୮%
ବ୍ଲେଡ, ଛୁରୀ, ଚାମଚ, କଣ୍ଟା ଚାମଚ – ୧୮%
ଅଟାକଳ ମେସିନ୍‍ , ଡାଲି ମେସିନ୍‍ – ୧୮%
କୃଷି ଉପକରଣର ବିଭିନ୍ନ ମେସିନ୍‍ – ୧୮%
ମାଟିରେ ନିର୍ମିତ ଜିନିଷ – ୧୨%

 

- Advertisement -

 

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories