www.samajalive.in
Sunday, December 7, 2025
16.1 C
Bhubaneswar

ଆରଏମସି କାର୍ଯ୍ୟାଳୟରେ ଗଡୁଛି ମଦ ବୋତଲ…. ପିଉଛି କିଏ?

ରେଙ୍ଗାଲିକ୍ୟାମ୍ପ: ଅତାବିରା ଆରଏମସି କାର୍ଯ୍ୟାଳୟ ହେଉଛି ଅଞ୍ଚଳର ଚାଷୀମାନଙ୍କ ପେଣ୍ଠସ୍ଥଳୀ। ଧାନ କ୍ରୟ ବିକ୍ରୟ ପାଇଁ ତଥା ସାପ୍ତାହିକ ବଜାରକୁ ପରିଚାଳନା କରିବା ପାଇଁ ତଥା ସୁରକ୍ଷା ପାଇଁ ଖୋଲାଯାଇଛି ଏହି କାର୍ଯ୍ୟାଳୟ। ଆଉ ଚାଷୀମାନଙ୍କର ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରିବା ପାଇଁ ଏଠି କାମ କରନ୍ତି ଆରଏମସି କର୍ମଚାରୀ। ପରିବା ଚାଷୀ ହେଉ କି ଧାନ ଚାଷୀ, ନିଜର ଉତ୍ପାଦିତ ଦ୍ରବ୍ୟକୁ ବିକ୍ରି କରିବା କରିବା ପାଇଁ ଏମାନେ କର ଦେଉଛନ୍ତି ଏହି ନିୟନ୍ତ୍ରିତ ବଜାର କମିଟିକୁ। ପ୍ରତି ସପ୍ତାହରେ ଅତି କମରେ ଆଠ ଦଶ ହଜାର ଟଙ୍କା ଆଦାୟ ହେଉଛି। ତେଣୁ ଦ୍ରବ୍ୟ ବିକ୍ରୟ କରିବାକୁ ଆସୁଥିବା ଚାଷୀମାନଙ୍କ ପାଇଁ ପରିବେଶ ସଫା ସୁତୁରା ରଖିବା ସହିତ ସେମାନଙ୍କ ପାଇଁ ଶୌଚାଳୟ ମଧ୍ୟ ରହିବା ଆବଶ୍ୟକ। କିନ୍ତୁ ଅତାବିରା ଏହି ନିୟନ୍ତ୍ରିତ ବଜାର ପରିସରରେ ଶୌଚାଳୟ ଟିଏ ନାହିଁ କି ପରିବେଶ ବି ସଫା ସୁତୁରା ନାହିଁ।

ମଇଳା ଆବର୍ଜନା ଜମି ରହି ଦୁର୍ଗନ୍ଧ ରେ ଫାଟି ପଡୁଛି। କ୍ରେତା ଓ ବିକ୍ରେତା ଉଭୟ ଏହି ଦୁର୍ଗନ୍ଧ ପରିବେଶରେ ବାଧ୍ୟ ହେଉଛନ୍ତି କିଣାବିକା କରିବାକୁ। ଖାଲି ଏତିକି ନୁହେଁ, ଏହି ଆର୍ ଏମ୍ ସି କାର୍ଯ୍ୟାଳୟ ର ଚାରି ପାଖରେ ରହିଛି ରଙ୍ଗ ବିରଙ୍ଗ, ନାମୀ ଦାମୀ କମ୍ପାନୀର ଆଉ ବିଭିନ୍ନ ଆକୃତିର ଭଙ୍ଗା ରୁଜା ମଦ ବୋତଲର ଗନ୍ତାଘର। ମଦ କିଏ ପିଉଛି ତାହା କିଏ କହିବ? ଏହି ମଦ ବୋତଲ ଗୁଡ଼ିକ ପଡ଼ି ରହିବା ଫଳରେ ଲୋକଙ୍କ ପାଇଁ ଯେଉଁ ଅସୁବିଧା ସୃଷ୍ଟି କରୁଛି ତା ପାଇଁ ଦାୟୀ କିଏ? କାର୍ଯ୍ୟାଳୟରେ କାମ କରୁଥିବା ସରକାରୀ ବାବୁମାନଙ୍କୁ ମଧ୍ୟ ଏହା ଦେଖି କିଛି ଖରାପ ଲାଗୁ ନଥିବା ବଡ ପରିତାପର ବିଷୟ। କାରଣ କିଛି ନ ହେଲେ ବି କାର୍ଯ୍ୟାଳୟର ଚତୁଃପାର୍ଶ୍ଵ ସଫା ସୁତୁରା ରଖିବା କଥା। କିନ୍ତୁ ଅଳିଆ ଆବର୍ଜନା ସହ ମଦ ବୋତଲ ଗଡୁଛି। ଏହି କାର୍ଯ୍ୟାଳୟକୁ ଗତ ଦୁଇ ଦିନ/ ତିନି ଦିନ ପୂର୍ବେ ଉପଜିଲ୍ଲାପାଳ ମଧ୍ୟ ଆସି ଥିଲେ ତଦାରଖ କରିବା ପାଇଁ। କିନ୍ତୁ କାର୍ଯ୍ୟାଳୟ ପରିସରର ସ୍ବଚ୍ଛତା ପ୍ରତି ସେ ମଧ୍ୟ ଦୃଷ୍ଟି ନ ଦେଇ ଫେରି ଯାଇଥିଲେ। ସେ ପୁଣି ଆର୍ ଏମ୍ ସି ର ଅଧ୍ୟକ୍ଷ ! ତେବେ ଏହାର ଅସଲ ଚିତ୍ର ଦେଖୁଛନ୍ତି ଜନସାଧାରଣ, ଯାହାକୁ ନେଇ ଜୋର୍ ଚର୍ଚ୍ଚା ମଧ୍ୟ ଚାଲିଛି। ତେବେ ଚାଷୀଙ୍କ ପାଇଁ ସମସ୍ୟା ବଢ଼ି ଚାଲିଛି। ଯେଉଁ ଚାଷୀଙ୍କ ପାଇଁ ଏହି ମାର୍କେଟ ପରିସର ତିଆରି ହୋଇଛି, ତାଙ୍କ ପାଇଁ ଯଦି କିଛି ସୁବିଧା ନାହିଁ ତେବେ କାହା ପାଇଁ ଏହି ପ୍ରହସନ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories