www.samajalive.in
Monday, December 8, 2025
16.1 C
Bhubaneswar

ପାଗ ବଦଳିଲା, ଆଜି ସକାଳୁ ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା

ଡେସ୍କ: କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରରେ ପାଗରେ ଉନ୍ନତି ହେବାରୁ ପହଲଗାଓଁ ଓ ବାଲତାଲ୍‍ ପଥରେ ଶ୍ରୀ ଅମରନାଥ ଯାତ୍ରା ଆଜି ସକାଳୁ ପୁଣି ଆରମ୍ଭ ହୋଇଛି। ପହଲଗାଓଁର ନୁନୁଆଁ ମୂଳଶିବିର ଓ ବାଲ୍‍ତାଲ୍‍ ପଥରେ ଗତକାଲି ମୁଷଳଧାରାରେ ବର୍ଷା ଯୋଗୁଁ ଅମରନାଥ ଯାତ୍ରା ବନ୍ଦ ରହିଥିଲା। ଆଜି ୮ହଜାର ୬୦୫ଜଣ ଯାତ୍ରୀ ମୂଳ ଶିବିରରୁ ବାଲ୍‍ତାଲ୍‍ ଅଭିମୁଖେ ଯାତ୍ରା କରୁଛନ୍ତି। ୮୭୨ଜଣ ଯାତ୍ରୀ ନୁନୁଆଁ ମୂଳଶିବିରରୁ ଚନ୍ଦନବାଡି ଅଭିମୁଖେ ଯାତ୍ରା କରୁଥିବାର ଖବର ମିଳିଛି।

ଆଜି ବଡି ଭୋର୍‍ରୁ ୫ ହଜାର ୨୮୪ ଜଣ ତୀର୍ଥଯାତ୍ରୀ ଅଷ୍ଟଦଶ ଦଫାରେ ଭଗବତୀ ନଗର ମୂଳ ଯାତ୍ରୀ ନିବାସରୁ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରୀମାନେ ୨୨୫ଟି ଯାନରେ ଜାମ୍ମୁର ମୂଳଶିବିର ଭଗବତୀ ନିବାସଠାରୁ କାଶ୍ମୀର ଅଭିମୁଖେ ଯାତ୍ରା କରିଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରୁ ୧ ଲକ୍ଷ ୭୨ ହଜାର ୮୮୨ ଜଣ ତୀର୍ଥଯାତ୍ରୀ ପବିତ୍ର ଅମରନାଥ ଗୁମ୍ଫାରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories