www.samajalive.in
Sunday, December 7, 2025
23.1 C
Bhubaneswar

ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନାରେ ରାଜ୍ୟରେ ଉପକୃତ ହୋଇଛନ୍ତି ୧,୧୦,୦୦୦ ପରିବାର

ଡେସ୍କ: ରାଜ୍ୟରେ ଗତ ବର୍ଷ ଜୁଲାଇ ୨୯ ତାରିଖ ଠାରୁ ଗୋଟିଏ ଦେଶ ଗୋଟିଏ ରାସନ କାର୍ଡ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଏହା ମାଧ୍ୟମରେ ୧୦ ହଜାର ୫୭୮ଟି ସୁଲଭ ମୂଲ୍ୟ ଦୋକାନ ଜରିଆରେ ୧ ଲକ୍ଷ ୧୦ ହଜାର ପରିବାର ଉପକୃତ ହେଉଛନ୍ତି। ସେହଭଳି ୫୩୩ ଆନ୍ତଃରାଜ୍ୟ ହିତାଧିକାରୀ ଯୋଜନାରୁ ସୁଫଳ ପାଉଥିବା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ବିଧାନସଭାରେ କହିଛନ୍ତି।

ବିଧାୟକ ମକରନ୍ଦ ମୁଦୁଲିଙ୍କ ମୂଳ ପ୍ରଶ୍ନ ଓ ବିଧାୟକ ପଦ୍ମନାଭ ବେହେରା, ବିଷ୍ଣୁ ସେଠୀ ଓ ନିତ୍ୟାନନ୍ଦ ଗଣ୍ଡଙ୍କ ଅତରିକ୍ତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସର୍ବାଧିକ ୩.୨୬ କୋଟି ପରିବାରକୁ ସାମିଲ ପାଇଁ କେନ୍ଦ୍ର ସରକାର ସୀମା ଧାର୍ଯ୍ୟ କରିଛନ୍ତି। ଓଡ଼ିଶାରେ ଲୋକଙ୍କ ଆବଶ୍ୟକତାକୁ ଦେଖି ଏହି ସୀମା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବାରମ୍ବାର ଅନୁରୋଧ କଲେ ମଧ୍ୟ ଏହି ସୀମା ବଢ଼ୁନାହିଁ। ଫଳରେ ଓଡ଼ିଶା ସରକାର ରାଜ୍ୟ ଖାଦ୍ୟ ଯୋଜନା କାର୍ଯ୍ୟକାରୀ କରି ଅଧିକ ଲୋକଙ୍କୁ ଏଥିରେ ଅର୍ନ୍ତଭୁକ୍ତ କରିଛନ୍ତି। ଯେଉଁ ହିତାଧିକାରୀମାନେ ଯୋଜନାରେ ସାମିଲ ପାଇଁ ଅପେକ୍ଷା କରିଛନ୍ତି ସେମାନଙ୍କ ସଂକ୍ରାନ୍ତରେ ତୁରନ୍ତ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories