www.samajalive.in
Sunday, December 7, 2025
26.1 C
Bhubaneswar

ଆର୍ଥିକ ସମସ୍ୟା ହେବ ଦୂର ; ଆପଣାନ୍ତୁ ବର୍ଷାପାଣି ସହ ଜଡିତ ସରଳ ଉପାୟ

ଦେଶର ଅନେକ ସ୍ଥାନରେ ମୌସୁମୀ ପାଇଁ ବର୍ଷା ଆରମ୍ଭ ହୋଇ ସାରିଛି। ବର୍ଷା ପାଣି ଫସଲ ସହ ଅନ୍ୟ କାର୍ଯ୍ୟ ପାଇଁ ଯେତେ ଆବଶ୍ୟକ ବାସ୍ତୁରେ ମଧ୍ୟ ଏହାର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି। ବାସ୍ତୁ ଅନୁଯାୟୀ, ବର୍ଷା ପାଣି ସହ ଜଡିତ ଏଭଳି କିଛି ଉପାୟ ରହିଛି,ଯାହା ଦ୍ୱାରା ବ୍ୟକ୍ତି କରଜ ସମସ୍ୟାରୁ ମୁକ୍ତି ପାଇବା ସହ ଅନେକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଜାଣନ୍ତୁ….
କୌଣସି ବ୍ୟକ୍ତିଙ୍କ ବ୍ୟବସାୟରେ କ୍ଷତି ହେଉଥିଲେ,ବର୍ଷା ପାଣି ପିତ୍ତଳର ଏକ ବାସନରେ ଏକତ୍ରିତ କରି ରଖନ୍ତୁ। ଏହାପରେ ଏକାଦଶୀ ଦିନ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ଏହି ଜଳରେ ଅଭିଷେକ କରନ୍ତୁ। କର୍ମକ୍ଷେତ୍ରରେ ଉନ୍ନତି ହୋଇଥାଏ।
କରଜରୁ ମୁକ୍ତି ପାଇବା ପାଇଁ ବର୍ଷା ଜଳ କିଛି ଏକ ପାତ୍ରରେ ରଖି ପ୍ରଭୁ ହନୁମାନଙ୍କ ନିକଟରେ ରଖନ୍ତୁ। ଶ୍ରାବଣ ମାସରେ ପ୍ରତ୍ୟେକ ଦିନ ୫୨ ଥର ହନୁମାନ ଚାଳିସା ପାଠ କରନ୍ତୁ। ଘରର କୋଣ ଜାଗାରେ ଏହି ପାଣି ଛିଞ୍ଚନ କରନ୍ତୁ।
ଆର୍ଥିକ ସମସ୍ୟା ଲାଗି ରହୁଥିଲେ,ମାଟି ପାତ୍ରରେ ବର୍ଷା ପାଣି ରଖି ଏହାକୁ ଐଶାନ୍ୟ କୋଣରେ ରଖନ୍ତୁ। ଏହାଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ।
ଧନର ଅଭାବ ଲାଗି ରହୁଥିଲେ,ଏକ ପାତ୍ରରେ ବର୍ଷା ଜଳ ନେଇ ଘରର ଛାତରେ ରଖନ୍ତୁ। ସୂର୍ଯ୍ୟଙ୍କ କିରଣ କିଛି ସମୟ ପଡିବା ପରେ ନିଜ ଇଷ୍ଟ ଦେବତାଙ୍କ ନାମ ନେଇ ଆମ୍ବ ପତ୍ରରେ ଏହି ପାଣିକୁ ଛିଞ୍ଚି ଦିଅନ୍ତୁ। ଏହାଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ମିଳିଥାଏ।
ବାସ୍ତୁ ଅନୁଯାୟୀ,କୌଣସି ବ୍ୟକ୍ତିଙ୍କର କରଜ ଲାଗି ରହୁଥିଲେ ବର୍ଷା ପାଣି ଏକ ବାଲଟିରେ ଭର୍ତ୍ତି କରି ରଖନ୍ତୁ। ଏଥିରେ କ୍ଷୀର ମିଶାଇ ଭଗବାନଙ୍କୁ ସ୍ମରଣ କରି ମାସ ଯାକ ଏହି ପାଣିରେ ସ୍ନାନ କରନ୍ତୁ। ଏହା ଦ୍ୱାରା କରଜରୁ ମୁକ୍ତି ମିଳିଥାଏ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories