www.samajalive.in
Sunday, December 7, 2025
13.1 C
Bhubaneswar

ଆରବ ସାଗରରେ ଘୂର୍ଣ୍ଣିଝଡ,ବଙ୍ଗୋପ ସାଗରରେ ଲଘୁଚାପ : ପାଣିପାଗ ବିଭାଗର ସତର୍କ ସୂଚନା

ନୂଆଦିଲ୍ଲୀ : ପାର୍ବଣ ଋତୁରେ ପୁଣି ବର୍ଷା ଓ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିବ। ଆରବ ସାଗରରେ ଘୂର୍ଣ୍ଣିଝଡ ସୃଷ୍ଟି ହୋଇଥିବା ବେଳେ ବଙ୍ଗୋପସାଗରରେ ଲଘୁଚାପର ପ୍ରଭାବରେ ରାଜ୍ୟରେ ୨/୩ ଦିନ ଧରି ବର୍ଷାର ସମ୍ଭାବନା ରହିଛି।

ଆରବ ସାଗରରେ ଏକ ଲଘୁଚାପ ଘନୀଭୂତ ହୋଇଛି। ଏହା ଆଗାମୀ ୨୪ଘଣ୍ଟା ମଧ୍ୟରେ ତୀବ୍ର ଅବପାତର ରୂପ ନେବ। ଏହି ଲଘୁଚାପ ଭୀଷଣ ଘୂର୍ଣ୍ଣିଝଡରେ ପରିବର୍ତ୍ତନ ହୋଇ ଓମାନ ଓ ୟେମେନ ଉପକୂଳ ଦେଇ ଗତିକରିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଏହାର ପ୍ରଭାବରେ ତାମିଲନାଡୁ, କେରଳ, ପୁଦୁଚେରୀ ଏବଂ ଲାକ୍ଷାଦ୍ୱୀପ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତଟରକ୍ଷୀ ବାହିନୀ, କେରଳ, ଲାକ୍ଷାଦ୍ୱୀପ ଏବଂ ମନିକୋ ଦ୍ୱୀପପୁଞ୍ଜ ଏବଂ ଦକ୍ଷିଣ ତାମିଲନାଡୁ ଅଞ୍ଚଳରେ ସତର୍କତା ସୂଚନା ଜାରି କରିଛି। ଆସନ୍ତା ୧୨ଘଣ୍ଟା ମଧ୍ୟରେ ଲାକ୍ଷାଦ୍ୱୀପ ଅଞ୍ଚଳର ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ପାଣିପାଗ ବିଭାଗ ବାରଣ କରିଛି।

- Advertisement -

ଅନ୍ୟ ପକ୍ଷରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ୨୪ଘଣ୍ଟାରେ ଅବପାତ ରୂପ ନେବା ସହ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ବିପର୍ଯ୍ୟୟ ପରିଚାଳନା ଡ଼ିଭିଜନ ଜାତୀୟ ଜରୁରୀକାଳୀନ ମୁକାବିଲା କେନ୍ଦ୍ର ପକ୍ଷରୁ ପ୍ରଭାବିତ ହେବାକୁ ଥିବା ରାଜ୍ୟର ମୁଖ୍ୟସଚିବଙ୍କ ନିକଟକୁ ଜରୁରୀ ବାର୍ତ୍ତା ପଠାଯିବା ସହିତ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ କୁହାଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଓଡ଼ିଶାରୁ ବିଦାୟ ନେଇଥିଲେ ମଧ୍ୟ ଉତ୍ତର ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ୨୪ଘଣ୍ଟାରେ ଅବପାତରେ ପରିଣତ ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସ୍ୱତନ୍ତ୍ର ବୁଲେଟିନ୍‍ରେ ସତର୍କ କରାଯାଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ପରବର୍ତ୍ତୀ ୨୪ଘଣ୍ଟାରେ ତୀବ୍ର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।
ଅବପାତ ଉତ୍ତରପଶ୍ଚିମ ଦିଗରେ ଗତି କରି ୭୨ଘଣ୍ଟାରେ ଓଡ଼ିଶା ଉପକୂଳ ଛୁଇଁପାରେ। ଏହାର ପ୍ରଭାବରେ ୧୦ତାରିଖରୁ ବର୍ଷା ଆରମ୍ଭ ହବ। ୧୧ ଓ ୧୨ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଅଧିକ ବେଗରେ ପବନ ବହିବା ସହ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ଗଭୀର ସମୁଦ୍ରକୁ ନଯିବା ପାଇଁ ସତର୍କ କରାଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣପୂର୍ବ ଓ ପାର୍ଶ୍ବବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ୮ରୁ ୧୦ ତାରିଖ ମଧ୍ୟରେ କେନ୍ଦ୍ରୀୟ ଓ ପାର୍ଶ୍ବବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବ। ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ୪୫ରୁ ୬୫କିମି ରହିବ।
ବର୍ଷା ପବନକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ସହିତ ଏହାର ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ବିପର୍ଯ୍ୟୟ ପରିଚାଳନା ଡ଼ିଭିଜନର ଜାତୀୟ ଜରୁରୀକାଳୀନ ମୁକାବିଲା କେନ୍ଦ୍ର (ଏନଇଆରସି) ପକ୍ଷରୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ସୂଚନା ଦିଆଯାଇଛି। ଜିଲା ପ୍ରଶାସନକୁ ଏ ଦିଗରେ ସଜାଗ ରହିବାକୁ କୁହାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories