www.samajalive.in
Sunday, December 7, 2025
13.1 C
Bhubaneswar

ଶ୍ରୀଲଙ୍କାରେ ସୁଧୁରୁନି ପରିସ୍ଥିତି ; ଆର୍ଥିକ ସଙ୍କଟ ସହ ପେଟ୍ରୋଲ-ଡିଜେଲର ଘୋର ଅଭାବ

କଲୋମ୍ବୋ : ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ପରେ ସରକାର ବଦଳି ଯାଇଛି। ମାତ୍ର ଏଯାଏଁ ମଧ୍ୟ ସର୍ବସାଧାରଣଙ୍କ ସମସ୍ୟା କମ ହୋଇ ନାହିଁ। ଦେଶ ଆର୍ଥିକ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଶିକ୍ଷକ ଓ ଅଭିଭାବକଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣରେ ଇନ୍ଧନ ନଥିବାରୁ ବିଦ୍ୟାଳୟ ଗୁଡିକ ଆଉ ଏକ ସପ୍ତାହ ଯାଏଁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଶକ୍ତି ମନ୍ତ୍ରୀ ଦେଶ ବାହାରେ କାମକରୁଥିବା ଥିବା ନାଗରିକଙ୍କୁ ଅନ୍ୟ ମାଧ୍ୟମ ପରିବର୍ତ୍ତେ ବ୍ୟାଙ୍କ ମାଧ୍ୟମରେ ସେମାନଙ୍କ ବିଦେଶୀ ମୁଦ୍ରାକୁ ପଠାଇବାକୁ ନିବେଦନ କରିଛନ୍ତି। ଏହାଦ୍ୱାରା ଦେଶରେ ବୈଦେଶିକ ମୁଦ୍ରା ଅଭାବକୁ ଦୂର କରିବାରେ ସାହାଯ୍ୟ କରିବ।
ଅଧିକାରୀଙ୍କ କହିବାନୁଯାୟୀ, କରଜରେ ଡୁବି ରହିଥିବା ଦ୍ୱୀପପୁଞ୍ଜ ଦେଶକୁ ଅନ୍ୟ କେହି ଇନ୍ଧନ ଦେବାକୁ ପ୍ରସ୍ତୁତ ନୁହଁନ୍ତି। ଉପଲବ୍ଧ ଇନ୍ଧନ କେବଳ କିଛି ଦିନ ପର୍ଯ୍ୟନ୍ତ ରହିବ। ଯାହା ଅତାବ୍ୟଶ୍ୟକ ସେବା ପାଇଁ ଦିଆଯିବ। ଏହାକୁ ସ୍ୱାସ୍ଥ୍ୟ,ବନ୍ଦର କର୍ମଚାରୀ ଏବଂ ଜନସାଧାରଣ ପରିବହନ ତଥା ଖାଦ୍ୟ ବଣ୍ଟନ ପାଇଁ ଯୋଗାଇ ଦିଆଯିବ।
ଶକ୍ତି ମନ୍ତ୍ରୀଙ୍କ କହିବାନୁଯାୟୀ, ‘ପାଣ୍ଠି ସଂଗ୍ରହ କରିବା ଏକ ଚ୍ୟାଲେଞ୍ଜ ଅଟେ। ଏହା ଏକ ବଡ ଆହ୍ୱାନ। ନୂତନ ସରକାର ‘ଷ୍ଟକ୍‍’ ନିର୍ଦ୍ଦେଶ ଦେଇଛନ୍ତି ଏବଂ ୪୦,୦୦୦ ମେଟ୍ରିକ ଟନ୍‍ ଡିଜେଲ ନେଇଥିବା ବିମାନ ଶୁକ୍ରବାର ଦେଶରେ ପହଞ୍ଚିବ ବୋଲି ଆଶା କରାଯାଉଥିବା ବେଳେ ଅନ୍ୟ ଏକ ବିମାନ ଜୁଲାଇ ୨୨ରେ ପେଟ୍ରୋଲ ଅଣାଯିବ ବୋଲି କହିଛନ୍ତି।
ଗତ ମାସରେ ଇନ୍ଧନ ଅଭାବ ହେତୁ ସାରା ଦେଶରେ ସ୍କୁଲ ଗୋଟିଏ ଦିନ ପାଇଁ ବନ୍ଦ ରଖାଯାଇଥିଲା ଏବଂ ଗତ ଦୁଇ ସପ୍ତାହ ଧରି ସହରାଞ୍ଚଳରେ ସ୍କୁଲ ବନ୍ଦ ରହିଥିଲା। ବର୍ତ୍ତମାନ ଆଉ ଏକ ସପ୍ତାହ ବିଦ୍ୟାଳୟ ବନ୍ଦ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ବିଦ୍ୟୁତ ଉତ୍ପାଦନ କାରଖାନାକୁ ପର୍ଯ୍ୟାପ୍ତ ଇନ୍ଧନ ଯୋଗାଇବାରେ ସକ୍ଷମ ନଥିବାରୁ ସୋମବାର ଠାରୁ ସାରା ଦେଶରେ ତିନି ଘଣ୍ଟା ବିଦ୍ୟୁତ୍‍ କାଟ ପାଇଁ ଘୋଷଣା କରାଯାଇଛି। ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ କାରଣରୁ ଗତ କିଛି ମାସ ହେବ ଲଗାତାର ବିଦ୍ୟୁତ କାଟ କରାଯାଉଛି। ଏହାସହ ରୋଷେଇ ଗ୍ୟାସ, ଔଷଧ ଓ ଖାଦ୍ୟ ସାମଗ୍ରୀ ସହିତ ଆବଶ୍ୟକୀୟ ସାମଗ୍ରୀର ମଧ୍ୟ ଅଭାବ ଦେଖାଦେଇଛି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories