www.samajalive.in
Sunday, December 7, 2025
18.1 C
Bhubaneswar

ଗଞ୍ଜାମରେ ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧ ଦିବସ ପାଳିତ

ଗଞ୍ଜାମ: ଗଞ୍ଜାମ ପ୍ରେସ କ୍ଳବ ପକ୍ଷରୁ ଗଞ୍ଜାମ ସହରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ତମ ଶ୍ରାଦ୍ଧ ଦିବସ ବୁଧବାର ଦିନ ପାଳିତ ହୋଇଯାଇଛି। ଏହି ଅବସରରେ ସହରସ୍ଥିତ ମଧ୍ୟଖଣ୍ଡ ସାହିରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଧୂପ, ଦୀପ,ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପରେ ତାଙ୍କ ସୃତିଚାରଣ କରାଯାଇ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ମତ ପ୍ରକାଶ ପାଇଥିଲା।ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।
ଗଞ୍ଜାମ ବ୍ଲକ ସମାଜ ପ୍ରତିନିଧି ଶବର କୁମାର ତରାଇଙ୍କ ପୈରୋହିତ୍ୟରେ ଆୟୋଜିତ କାର୍ୟ୍ୟକ୍ରମରେ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ସଭାପତି ଲିଙ୍ଗରାଜ ପଟନାୟକ,ସମ୍ପାଦକ ଗୌରୀ ଶଙ୍କର ପାଢ଼ୀ,କୋଷାଧ୍ୟକ୍ଷ ବ୍ରଜ ପାଣିଗ୍ରାହୀ,ବୃନ୍ଦାବନ ପାଣିଗ୍ରାହୀ,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଆର.ଭାଗିରଥି ରେଡି,ପୂର୍ବତନ ସରପଞ୍ଚ ଡି.ଗୋବିନ୍ଦ ରେଡି,ଆଇନଜୀବୀ ଶ୍ୟାମ ସୁନ୍ଦର ରାଓ,ପ୍ରେସକ୍ଳବ ଉପଦେଷ୍ଟା ଉମାକାନ୍ତ ବେହେରା,ସମ୍ପାଦକ ବିଦ୍ୟାଧର ସାହୁ,ସହ ସମ୍ପାଦକ ନିରଞ୍ଜନ ପରିଡା,କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଣ୍ଡା,ଭାରତୀ ବିଦ୍ୟାପୀଠର କ୍ଳର୍କ ହରିହର ବାରିକ,ଦିଗଦର୍ଶନ ଫାଉଣ୍ଡେସନ ସୁଦର୍ଶନ ପାଢ଼ୀ,ପ୍ରଧାନ ଶିକ୍ଷକ ପ୍ରକାଶ ବେହେରା ଶିକ୍ଷକ ,ଭବାନୀ ଶଙ୍କର ପଟନାୟକ,ପ୍ରଶାନ୍ତ କୁମାର ବେହେରା,ଶିକ୍ଷୟତ୍ରୀ ମିନତୀ ବିଶ୍ବାଳ,କୁନି ମହାନ୍ତି,ଗାୟତ୍ରୀ ବେହେରା,ସୁଜ୍ଞାନୀ କୁମାରୀ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସ୍କୁଲରେ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories