www.samajalive.in
Sunday, December 7, 2025
16.1 C
Bhubaneswar

ମୋହନାର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳିତ

ମୋହନା : ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଗଜପତି ଜିଲ୍ଲା ମୋହନା ବ୍ଲକର ବିଭିନ୍ନ ସ୍ଥାନରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆରେ ଯୋଗ ମହୋତ୍ସବ ସମିତି ଓ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷାବିତ ମଧୁସୁଦନ ପାଢୀ, ପ୍ରଶାନ୍ତ ବୀର, ରମେଶ ମହାପାତ୍ର, ଯୁବକ ସଂଘ ସମ୍ପାଦକ ଜିତେନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗ , ଆସନ ଓ ପ୍ରାଣାୟାମ ଅଭ୍ୟାସ କରାଯାଇଥିଲା । ଏହି ଶିବିରକୁ ସାମ୍ୱାଦିକ ବାବୁଲା ସେଠୀ ଓ ରଞ୍ଜନ ସାହୁ ପରିଚାଳନା କରିଥିଲେ । ଯୋଗ କେବଳ ଗୋଟିଏ ଦିନ ନୁହେଁ ବରଂ ପ୍ରତ୍ୟେକ ଦିନ କରିବା ଉଚିତ ।
ଯୋଗ ଦ୍ୱାରା ମାନବ ସମାଜର କଲ୍ୟାଣ ହେବା ସହ ନିରୋଗ ହୋଇପାରିବେ ବୋଲି ଉପସ୍ଥିତ ବରିଷ୍ଠ ନାଗରିକମାନେ ପରାମର୍ଶ ଦେଇଥିଲେ ।
ସେହିପରି ମୋହନା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରଧାନଆଚାର୍ଯ୍ୟ। ଆରତୀ ପାଢ଼ୀ, ଗୁରୁଜୀ ସୁଧାଂଶୁ ପାଣିଗ୍ରାହୀଙ୍କ ନେତୃତ୍ବରେ ଯୋଗ ଦିବସ ପାଳିତ ହେଉଥିବା ବେଳେ ହିଲଟପ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ବରିଷ୍ଠ ଅଧ୍ୟାପକ ଭଗବାନ ବିଷୋୟୀ, ଅନିଲ କୁମାରେ ତ୍ରୀପାଠି, କ୍ରୀଡା ଶିକ୍ଷକ ମୀନକେତନ ମିଶ୍ର ଛାତ୍ରଛାତ୍ରୀ ମାନଙ୍କୁ ଯୋଗଶିକ୍ଷା କରିବା ଦ୍ଵାରା ମଣିଷ କିଭଳି ସୁସ୍ଥ, ସବଳ ଓ ନିରୋଗ ରହିଥାଏ ତାହାରି ଉପରେ ଆଲୋକପାତ କରିଥିଲେ।ସେହିପରି ଜେଏମଏଫସି କୋର୍ଟରେ ମଧ୍ଯ ଯୋଗ ଦିବସ ପାଳିତ ହୋଇଯାଇଛି । ଅଡବା ହାଇସ୍କୁଲ ପଡ଼ିଆରେ ବଜରଙ୍ଗ ଦଳ ପକ୍ଷରୁ ଯୋଗ ଦିବସ ପାଳିତ ହେଉଥିବା ବେଳେ ବିଶ୍ବହିନ୍ଦୁ ପରିଷଦ ପ୍ରାନ୍ତ ସମ୍ପାଦକ ତରଣୀ ସେନ ଦାସ ଯୋଗଦେଇ ଯୋଗର ମହତ୍ତ୍ୱ ବିଷୟରେ କହିଥିଲେ । ଚନ୍ଦ୍ରଗିରି ତିବତୀୟ କଲୋନୀରେ ଆୟୋଜିତ ଶିବିରରେ ଆରଏସ୍ଏସ୍ ସହପ୍ରାନ୍ତ ଶାରୀରିକ ପ୍ରମୁଖ ଅଶୋକ ରଣଜିତ୍ ଯୋଗଦେଇ ଯୋଗ ପ୍ରାଣାୟାମର ଉପକାର ଓ ଅଭ୍ୟାସ କରାଇଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories