www.samajalive.in
Tuesday, December 9, 2025
19.1 C
Bhubaneswar

ଦେଶରେ କମୁନି କରୋନା ସଂକ୍ରମଣ‌; ଆଜି ପୁଣି ୧୨ ହଜାର ଉପରେ ପଜିଟିଭ୍‌

ନୂଆଦିଲ୍ଲୀ: ଦେଶରେ କମୁନି କରୋନା ସଂକ୍ରମଣ । ଲଗାତର କିଛି ଦିନ ହେବ ଦେଶରେ ସଂକ୍ରମଣ ବଢ଼ିବାରେ ଲାଗିଛି । ଆଜି ପୁଣି ଦେଶରେ ୧୨ହଜାର ୮୯୯ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।

ଦେଶରେ କରୋନା ସଂକ୍ରମଣ ଜାରି ରହିଥିବାରୁ କିଛି ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ହେଉଛି । କରୋନା ଯୋଗୁ ଗତ ୨୪ ଘଣ୍ଟାରେ ଆଉ ୧୫ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଲଗାତର ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ୭୦ ହଜାର ଉପରେ ରହିଛି ମୋଟ୍‌ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୭୨, ୪୭୪ ଜଣ କରୋନା ସକ୍ରିୟ ଆକ୍ରାନ୍ତ ରହିଥିବା ସୂଚନା ଦିଆଯାଇଛି ।

- Advertisement -

ସୁସ୍ଥତା ତୁଳନାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ହେତୁ ଦେଶରେ ପଜିଟିଭିଟି ହାର  ମଧ୍ୟ ବୃଦ୍ଧି ପାଉଛି । ସେପଟେ ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍‌ ୫ଲକ୍ଷ ୨୪ ହଜାର ୮୫୫ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏଯାଏ ଦେଶରେ ମୋଟ୍‌ କରୋନାରୁ ସୁସ୍ଥ ହେଲେଣି ୪,୨୬,୯୯,୩୬୩ଜଣ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମଣ ଜରି ରହିଥିବାରୁ ଟିକାକରଣ ମଧ୍ୟ କରାଯାଉଛି । ଏଯାଏ ୧୯୬.୧୪ ​‌କୋଟି ଡୋଜ୍‌ ଟିକା ଦିଆସରିଲାଣି ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories