www.samajalive.in
Sunday, December 7, 2025
13.1 C
Bhubaneswar

କଳହ ପରେ ଫିଙ୍ଗିଲେ ଗରମ ତେଲ ; ଜଣେ ଗୁରୁତର

ଆନନ୍ଦପୁର: ଆନନ୍ଦପୁରର ଘଷିପୁରା ଥାନା ଅନ୍ତର୍ଗତ ପୁସୁକୁରା ଠାରେ ଆଜି ସକାଳେ ଗରମ ତେଲ ଢ଼ାଳି ଜଣକୁ ମାରିବାକୁ ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏଥିରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ପୁଷ୍କୁରାର କୁନମୁନ ମହାନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଘଟଣାକ୍ରମେ ପୁଷ୍କୁରାର କୁନମୁନ ମହାନ୍ତି ସହିତ ପଡୋଶୀ କାର୍ତିକ ଖଟୁଆ ଓ ତାଙ୍କ ପତ୍ନୀ ସହିତ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା।  ଏଥିରେ ଉଭୟ କାର୍ତ୍ତିକ ଓ ତାର ପତ୍ନୀ ଉତ୍ତେଜିତ ହୋଇ ପ୍ରଥମେ କୁନ୍ ମୁନକୁ ଠେଙ୍ଗାରେ ଆକ୍ରମଣ କରିବା ପରେ ଘରେ ରାନ୍ଧିବା ପାଇଁ ଚୁଲିରେ ବସିଥିବା ଗରମ ତେଲ ତାଙ୍କ ଉପରେ ଢ଼ାଳି ମାରିଦେବାକୁ ଉଦ୍ୟମ କରିଥିବା ଘଷିପୁରା ଥାନାରେ ଅଭିଯୋଗ ହୋଇଛି । ଗୁରୁତର କୁନମୁନଙ୍କର ଆନନ୍ଦପୁର ମେଡିକାଲରେ ଚିକିତ୍ସା କରାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories