ନିଯୁକ୍ତ ହେବେ ୧୧ ହଜାର ଶିକ୍ଷକ

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚବିଦ୍ୟାଳୟରେ ଚଳିତ ମାସ ନିଯୁକ୍ତ ହେବେ ୧୧ ହଜାର ଶିକ୍ଷକ-ଶିକ୍ଷୟିତ୍ରୀ । ଏବେ ରାଜ୍ୟରେ ଉଚ୍ଚବିଦ୍ୟାଳୟ ରୂପାନ୍ତରିତ ହେଉଥିବାବେ‌େ‌ଳ ଆଗାମୀ ଦିନରେ ପ୍ରାଥମିକ ବିଦ୍ୟାଳୟ କଥା ବିଚାର କରାଯିବ । ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇ କହିଛନ୍ତି ଯେ, ଜୁନ୍‌ ଶେଷ ସୁଦ୍ଧା ଏହି ନିଯୁକ୍ତି ଦିଆଯିବ। ଶିକ୍ଷକ ନିଯୁକ୍ତି ପାଇଁ କିଛି ମାସ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରୀକ୍ଷା ଫଳ ପ୍ରକାଶ ପରେ ଏନେଇ ପ୍ରକ୍ରିୟା ତ୍ବରାନ୍ବିତ କରାଯାଉଛି। ଏଥିସହ ଆଦର୍ଶ ବିଦ୍ୟାଳୟରେ ୧,୭୦୦ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେବାକୁ ବିଜ୍ଞପ୍ତି ବାହାରିଥିଲା। ପ୍ରାୟ ୮ ହଜାର ହାଇସ୍କୁଲରୁ ୫୦୦୦ ହଜାର ସ୍କୁଲକୁ ରୂପାନ୍ତରୀକରଣ କରାଯାଉଛି। ଅବଶିଷ୍ଟ ୩୦୦୦ ହାଇସ୍କୁଲର ରୂପାନ୍ତରୀକରଣ ବ୍ୟବସ୍ଥା କରାଯିବ। ହାଇସ୍କୁଲ ଗୁଡ଼ିକୁ ରୂପାନ୍ତରୀକରଣ କରିବା ପରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ କଥା ବିଚାର କରିବାକୁ ବିଭାଗ ପକ୍ଷରୁ ଯୋଜନା କରାଯାଇଛି।

Comments are closed.