www.samajalive.in
Sunday, December 7, 2025
23.1 C
Bhubaneswar

ପାକିସ୍ତାନରେ ପେଟ୍ରୋଲ ଲିଟର ଦୁଇଶହ ଟପିଲା

ପାକିସ୍ତାନରେ ଅନିୟନ୍ତ୍ରିତ ଭାବେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ପାକିସ୍ତାନ ସରକାର ପେଟ୍ରୋଲ୍‍ ଓ ଡିଜେଲ୍‍ର ମୂଲ୍ୟ ଲିଟର ପ୍ରତି ୩୦ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି । ସପ୍ତାହେ ପୂର୍ବରୁ ମଧ୍ୟ ସେଠାରେ ପେଟ୍ରୋଲ୍‍ ଓ ଡିଜେଲ୍‍ର ମୂଲ୍ୟ ବୃଦ୍ଧି କରାଯାଇଥିଲା। ଏହି ବୃଦ୍ଧି ପରେ ପାକିସ୍ତାନରେ ପେଟ୍ରୋଲ ଲିଟର ପ୍ରତି ମୂଲ ୨୦୯ ଟଙ୍କା ୮୬ ପଇସା ହୋଇଥିବା ବେଳେ ଡିଜେଲ୍‍ର ମୂଲ୍ୟ ୨୦୪ ଟଙ୍କା ୧୫ ପଇସା ହୋଇଛି। ପାକିସ୍ତାନ ଅର୍ଥମନ୍ତ୍ରୀ ମିଫ୍‍ତା ଇସ୍‍ମାଇଲ୍‍ ଏହି ସୂଚନା ଦେଇଛନ୍ତି।

ପାକିସ୍ତାନ ଜାତୀୟ ବିଦ୍ୟୁତ ଶକ୍ତି ନିୟନ୍ତ୍ରଣ କର୍ତ୍ତୃପକ୍ଷ ବିଦ୍ୟୁତ୍‍ର ୟୁନିଟ୍‍ ପିଛା ମୂଲ୍ୟ ୭ ଟଙ୍କା ୯୧ ପଇସା ବୃଦ୍ଧି କରିବା ପରେ ଏହି ଘୋଷଣା କରାଯାଇଥିଲା ।
ସ୍ଥାନୀୟ ଗଣମାଧ୍ୟମର ଖବର ଅନୁସାରେ ବିଦ୍ୟୁତ୍‍ ଶୁଳ୍କ ବୃଦ୍ଧି ପାଇବା ପରେ ୟୁନିଟ୍‍ ପିଛା ମୂଲ୍ୟ ୧୬ ଟଙ୍କା ୯୧ ପଇସାରୁ ୨୪ ଟଙ୍କା ୮୨ ପଇସାରେ ପହଞ୍ଚିଛି ।  ଅପରପକ୍ଷରେ ପେଟ୍ରୋଲ୍‍ ଓ ଡିଜେଲ୍‍ ମୂଲ୍ୟ ବୃଦ୍ଧି ପାଇବାରୁ ପାକିସ୍ତାନ ବିରୋଧୀ ଦଳମାନେ ସରକାରଙ୍କର ତୀବ୍ର ସମାଲୋଚନା କରିଛନ୍ତି।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories