www.samajalive.in
Tuesday, December 9, 2025
26.1 C
Bhubaneswar

ଖଣି କମ୍ପାନୀରେ ଆୟକର ବିଭାଗର ଚଢଉ

ଯୋଡ଼ା: ଆୟକର ଅଧିକାରୀଙ୍କ ଏକ ୯ ଜଣିଆ ଟିମ୍ ଆଜି ସକାଳ ପ୍ରାୟ ୮ଟା ବେଳେ ଯୋଡ଼ା ଗଣେଶ ଭବନ ନିକଟସ୍ଥ ଆର. ପି. ସାଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ଚଢଉ କରିଛନ୍ତି । ସମ୍ବଲପୁର ଆୟକର ବିଭାଗର ଅଧିକାରୀମାନେ ଏଥିରେ ସାମିଲ ଥିବା ସୂଚନା ମିଳିଛି । ଏଥିସହ କମ୍ପାନୀର ଝାଡ଼ଖଣ୍ଡ, ଚାଇଁବାସା ଠାରେ ଥିବା ମୁଖ୍ୟ କାର୍ଯ୍ୟାଳୟ ଏବଂ ବାସଭବନରେ ମଧ୍ୟ ରେଡ୍ ଚାଲିଥିବା ଖବର ହସ୍ତଗତ ହୋଇଛି । ଜାମସେଦପୁର ଏବଂ ରାଞ୍ଚିର ଏକ ମିଳିତ ଦଳ କାର୍ଯ୍ୟାଳୟରେ ପହଞ୍ଚି ଆୟକର ସମ୍ବନ୍ଧୀୟ ସମସ୍ତ ତଥ୍ୟ ତନାଘନା ଆରମ୍ଭ କରିଛନ୍ତି ।

ଖଣିଜ ବ୍ୟବସାୟ ସହ ଜଡ଼ିତ ଟିପିଏସଏଲ (ଠାକୁର ପ୍ରସାଦ ସାଓ ଆଣ୍ଡ ସନ୍ସ ପ୍ରାଇଭେଟ ଲିମିଟେଡ୍) କମ୍ପାନୀର  ଝାଡ଼ଖଣ୍ଡ, ପଶ୍ଚିମ ସିଂହଭୁମ ଜିଲ୍ଲାର ନୂଆମୁଣ୍ଡି ବ୍ଲକରେ ଥିବା ଲୁହାପଥର ଖଣି ୧୦ ବର୍ଷରୁ ଊର୍ଦ୍ଧ୍ଵ ହେବ ବନ୍ଦ ରହିଛି । ସେହିପରି  ଯୋଡା ଖଣି କ୍ଷେତ୍ର ଗୁଆଲି ଠାରେ  ଥିବା ଆର. ପି. ସାଓ (ରମେଶ ପ୍ରସାଦ ସାଓ)ଙ୍କ ଖଣିର ଲିଜ୍ ଅବଧି ୩୧ ମାର୍ଚ୍ଚ ୨୦୨୦ରେ ଶେଷ ହୋଇଛି । ବର୍ତ୍ତମାନ ଓଡ଼ିଶାର ଝାରସୁଗୁଡ଼ା ଠାରେ କମ୍ପାନୀର ଟିପିଏସଏଲ ଗୋଲ୍ଡ ନାଁରେ ଏକ ଇସ୍ପାତ ଉତ୍ପଦନ କାରଖାନା ରହିଛି ।  କମ୍ପାନୀର ଏକ ସ୍ପଞ୍ଜ କାରଖାନା ମଧ୍ୟ ରାଉରକେଲା ସେକ୍ଟରରେ ଥିବା ଜଣାପଡ଼ିଛି ।  ଆୟକର ବିଭାଗର ବିଭିନ୍ନ ବ୍ୟବସାୟୀକ ତଥ୍ୟକୁ ଖୋଳତାଡ଼ କରିବା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ବ୍ୟାଙ୍କ୍ କାରବାର ଆଦିକୁ ଯାଞ୍ଚ କରୁଛନ୍ତି । ତେବେ ଚଢ଼ାଉ ସମ୍ପର୍କରେ ଆୟକର ଅଧିକାରୀମାନେ କିଛିବି ପ୍ରକାଶ କରିବାକୁ ମନା କରିଦେଇଛନ୍ତି ।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories