www.samajalive.in
Tuesday, December 9, 2025
26.1 C
Bhubaneswar

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା ବୈଠକ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ(ଏଏସଆଇ)ର ଅସଲ ଚେହେରା ପଦାକୁ ଆସିଛି। ପ୍ରକଳ୍ପକୁ ନେଇ ରାଜ୍ୟ ସରକାର କାଠଗଡ଼ାରେ ଛିଡ଼ା ହୋଇଥିବାବେଳେ ଏଏସଆଇ ତଥ୍ୟ ଅନ୍ୟ କିଛି ସ୍ପଷ୍ଟ କରୁଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା ବୈଠକ କେନ୍ଦ୍ରୀୟ ସଂସ୍ଥାର ଗୁମର ଖୋଲିଛି। ପୂର୍ତ୍ତ ବିଭାଗ ବୈଠକରୁ ଜଣାଯାଇଛି ଯେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାୟ ୨ ମାସ ତଳୁ ସଂଶୋଧିତ ପରିକ୍ରମା ପ୍ରକଳ୍ପ ପ୍ରସ୍ତାବ ଏଏସଆଇ ମହାନିର୍ଦେଶକଙ୍କୁ ପ୍ରଦାନ କରାଯାଇଛି। ଅନୁରୂପ ଭାବେ ସ୍ଥାନୀୟ ଏଏସଆଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ ସଂଶୋଧିତ ପ୍ରସ୍ତାବ ମହାନିର୍ଦେଶକଙ୍କୁ ଅନୁମୋଦନ ପାଇଁ ପଠାଯାଇଛି। ହେଲେ ଏପର୍ଯ୍ୟନ୍ତ ସଂଶୋଧିତ ପ୍ରସ୍ତାବ ନେଇ କୌଣସି ଆପତ୍ତି ମହାନିର୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଆସିନାହିଁ ବୋଲି ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ସ୍ପଷ୍ଟ କରିଛନ୍ତି। ଚଳିତମାସ ୧୧ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବାସ୍ତବିକ ସ୍ଥିତି ନେଇ ବସିଥିବା ସମୀକ୍ଷା ବୈଠକ ବେଳେ ଶ୍ରୀ ମଲ୍ଲିକ ଏହି ତଥ୍ୟ ପ୍ରଦାନ କରିଥିବା ସରକାରଙ୍କ ତଥ୍ୟରୁ ଜଣାଯାଇଛି।

ଲୋକସେବା ଭବନରେ ପୂର୍ତ୍ତବିଭାଗ ପ୍ରମୁଖ ଶାସନ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଏସଆଇ ସୁପରିଟେଣ୍ଡେଣ୍ଟଙ୍କ ସହିତ ସହ ଭୁବନେଶ୍ବରସ୍ଥିତ ସହ ଅଧିକାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ଯାଦବ ସ୍ପଷ୍ଟ ଭାବେ ଏଏସଆଇ କର୍ତ୍ତୃପକ୍ଷଙ୍କୁ ପରିକ୍ରମା ପ୍ରକଳ୍ପ ନେଇ ଆଉ କ’ଣ ସମସ୍ୟା ରହିଛି ବୋଲି ପ୍ରଶ୍ନ କରିଥିଲେ। ହେଲେ ଏଏସଆଇ ପକ୍ଷରୁ କୁହାଯାଇଥିଲା ଯେ ଏବେ ଆଉ କିଛି ସମସ୍ୟା ନାହିଁ, କେବଳ ରଥଯାତ୍ରା ପୂର୍ବରୁ ଖଣ୍ଡେଲାଇଟ ପଥରର ଆବଶ୍ୟକତା ରହିଛି। ଯାହାକି ଶ୍ରୀମନ୍ଦିର ବେଢ଼ା ପରିସରରେ ଲାଗିବ। ଏହାକୁ ନେଇ ମୁଖ୍ୟ ପ୍ରଶାସକ ଶ୍ରୀ ଯାଦବ ତୁରନ୍ତ ଏହା ଓଡ଼ିଶା ଖଣି ନିଗମ କିମ୍ବା ସମଙ୍ଗ ଖଣିରୁ ଯୋଗାଇ ଦିଆଯିବ ବୋଲି କହିଥିଲେ।

- Advertisement -

ଏହି ଅବସରରେ ଶ୍ରୀ ମଲ୍ଲିକ ପ୍ରଶ୍ନ କରିଥିଲେ ଯେ ପରିକ୍ରମା ପ୍ରକଳ୍ପ ଚାରିକଡ଼େ ନିର୍ମାଣ ହେବାକୁ ଥିବା କାନ୍ଥର ଆବଶ୍ୟକତା କ’ଣ ରହିଛି। ଏନେଇ ଓବିସିସି ପରିଚାଳନା ନିର୍ଦେଶକ ସ୍ପଷ୍ଟ କରିଥିଲେ ଯେ ଏହା କେବଳ ରାସ୍ତାକୁ ପୃଥକୀକରଣ କରିବା ଲାଗି କରାଯିବ। ଏହି କାନ୍ଥ ୧.୫ ମିଟର ଉଚ୍ଚତା ବିଶିଷ୍ଟ ହେବାକୁ ରହିଥିବାବେଳେ ଏହାର ମୋଟ ଅତି ବେଶୀରେ ୦.୦୮ ମିଟର ରହିବ। ଉକ୍ତ କାନ୍ଥ ଦ୍ବାରା ପରିକ୍ରମା ପ୍ରକଳ୍ପର ୫୫ମିଟର ଅଞ୍ଚଳ ରାସ୍ତାକୁ ପୃଥକ କରିବ। ଗୋଟିଏ ପଟେ ଲୋକେ ପାଦରେ ଚାଲି ଯିବାର ବ୍ୟବସ୍ଥା ହେବାକୁ ରହିଥିବାବେଳେ ଅନ୍ୟପଟେ ଗାଡ଼ି ଯାତାୟାତ କରିପାରିବ। ବୈଠକରେ ଶ୍ରୀ ଯାଦବ ରଥଯାତ୍ରା ପୂର୍ବରୁ ଚିହ୍ନଟ ହୋଇଥିବା ୧୫୬ଟି ସ୍ଥାନରେ ସିସିଟିଭି ଲଗାଇବା ଉପରେ ଗୁରୁତ୍ବାରୋପ କରିଥିଲେ। ଏହାବାଦ୍ ଏକାମ୍ର କ୍ଷେତ୍ର ଏବଂ କୋଣାର୍କ ପ୍ରକଳ୍ପ କାର୍ଯ୍ୟ କେତେଦୂର ଅଗ୍ରସର ହୋଇଛି ସେ ନେଇ ଆଲୋଚନା କରାଯିବା ସହିତ ତ୍ବରିତ ଉକ୍ତ ପ୍ରକଳ୍ପ ପ୍ରସ୍ତାବକୁ ଅନୁମତି ଦେବା ଉପ‌େ‌ର ଏଏସଆଇ କର୍ତ୍ତୃପକ୍ଷ ରାଜି ହୋଇଥିବା ବୈଠକରୁ ଜଣାଯାଇଛି।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories