www.samajalive.in
Sunday, December 7, 2025
16.1 C
Bhubaneswar

ବିତିଲାନି ୩ ବର୍ଷ; କତରବଗା ବଜାର ଉପ-ପ୍ରାଙ୍ଗଣରେ ଫାଟ

ରେଙ୍ଗାଲି: ଚାଷୀ ମାନେ ସୁବିଧାରେ ଧାନ ବିକ୍ରି କରିପାରିବେ ବୋଲି ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ବହୁ ଟଙ୍କା ଖର୍ଚ୍ଚକରି ନିୟନ୍ତ୍ରିତ ବଜାର ଉପ-ପ୍ରାଙ୍ଗଣ ନିର୍ମାଣର ବ୍ୟବସ୍ଥା କରିଛନ୍ତି । ଏହି ପରିପ୍ରେକ୍ଷୀରେ ରେଙ୍ଗାଲି ବ୍ଳକ୍‌  ରେଙ୍ଗାଲି, କତରବଗା, ଲଇଡା ଆଦି ସ୍ଥାନରେ  ପ୍ତତି  ବଜାର ଉପ-ପ୍ରାଙ୍ଗଣ ଏକ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ବ୍ୟୟରେ ବଜାର ନିର୍ମାଣ ହୋଇଛି । ତେବେ କତରବଗା ଠାରେ ତିଆରି ହୋଇଥିବା ବଜାର ଉପ-ପ୍ରାଙ୍ଗଣ ନିର୍ମାଣ ହେବାର ପ୍ରାୟ ୩ବର୍ଷ ହୋଇଥିବା ବେଳେ ଘରର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାର ଦେଖଯାଇଛି । ଫଳରେ ଏହାର ସ୍ଥାୟିତ୍ୱ ନେଇ ଆଶଙ୍କା ପ୍ରକାଶ ପାଇଛି । ନିମ୍ନମାନର କାମ କରାଯାଇଥିବାରୁ ନିର୍ମାଣ ହେବାର ୩ବର୍ଷରେ ଅଫିସ କୋଠା, ଓାଚ୍‌ ମ୍ୟାନ୍‌ କୋଠରି ଷ୍ଟୋର ରୁମ୍‌ ଆଦିରେ ବଡବଡ ଫାଟ ଦେଖାଦେଇଛି  ।

ଓାଚ୍‌ ମ୍ୟାନ୍‌ କୋଠରିର ଦ୍ୱାର ବନ୍ଧ ଦବି ଯିବା ଫଳରେ କବାଟ ଖୋଲୁ ନାହିଁ  । ଠିକ୍‌ ସେହିପରେ ଗେଟ୍‌ ମଧ୍ୟ ଦବି ଯିବା ଫଳରେ ଗେଟର କବାଟ ଜାମ୍‌ ହୋଇ ଖୋଲୁ ନାହିଁ ବୋଲି ଅଭିଯୋଗ ହେଉଛି ।   ଠିକା ସଂସ୍ଥା ଏବଂ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦିକା ହୋଇ ଏଭଳି ନିମ୍ନ ମାନର କାମ କରାଯାଇ ସରାକରୀ ଅର୍ଥ ବାଟମାରଣା ହୋଇଥିବାର ଚାଷୀ ମହଲରେ ଅଭିଯୋଗ ହେଉଛି । ନିର୍ମାଣ ହେବାର ୩ବର୍ଷ ପରେ ଯଦି ଏଭଳି ଅବସ୍ଥା ତା ହେଲେ ଆଗାମୀ ଦିନରେ ଏହାର ଅବସ୍ଥା କେତେ ଦୟନୀୟ ହେବ ତାହା ସହଜେ ଅନୁମେୟ । ମାତ୍ର ୩ବର୍ଷରେ ଏଭଲି ଶୋଚନୀୟ ସ୍ଥିତି ରେ ପଡିଥିବା ବଜାର ଉପ-ପ୍ରାଙ୍ଗଣ  ନିର୍ମାଣ କାମ ର ଗୁଣାତ୍ମକ ମାନ କେତେ ନିମ୍ନ ମାନର ତାହା ସ୍ପଷ୍ଟ ଭାବରେ ଜଣାପଡୁଛି  । ଜିଲ୍ଲାପାଳ ଏବଂ ଉପ-ଜିଲ୍ଲପାଳ ନିୟନ୍ତ୍ରିତ ବଜାର ନିର୍ମାଣ ବ୍ୟବସ୍ଥାର ମୁଖିଆ ହୋଇଥିବା ବେଳେ ବଜାର ଉପ-ପ୍ରାଙ୍ଗଣ ନିର୍ମାଣରେ ଏଭଳି ଅନିୟମିତତା ହେବା ଆଶ୍ଚର୍ଯ୍ୟର ବିଷୟ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

- Advertisement -

ନିର୍ମାଣ କାମରେ ହୋଇଥିବା ଦୁର୍ନୀତି ଓ ଜାଲିଆତିର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୃଷ୍ଟାନ୍ତମୂଳକ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ କତରବଗା ଗ୍ରାମଞ୍ଚୟତର ଗଡପଟିଏନ୍‌ କୃଷକ ସଙ୍ଗଠନର ସଭାପତି ଲକ୍ଷ୍ମଣ ଖମାରୀ ଏବଂ ସମ୍ପାଦକ ହେମନ୍ତ କୁମାର ଦାଶ ଦାବି କରିଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories