www.samajalive.in
Sunday, December 7, 2025
26.1 C
Bhubaneswar

ବଢୁଛି ବିଦ୍ୟୁତ ଚାହିଦା, ସେପ୍ଟେମ୍ବର ବେଳକୁ ବ୍ୟାପକ କୋଇଲା ସଙ୍କଟ ସମ୍ଭାବନା

ଡେସ୍କ: ଅଧିକ ବିଦ୍ୟୁତ୍ ଚାହିଦା ଯୋଗୁ ଆସନ୍ତା ସେପ୍ଟେମ୍ବରରେ ଶେଷ ହେବାକୁ ଥିବା ତ୍ରୈମାସିକରେ ଭାରତ ବ୍ୟାପକ କୋଇଲା ଅଭାବର ସମ୍ମୁଖୀନ ହେବ ବୋଲି ଆକଳନ କରାଯାଇଛି। ସେପ୍ଟେମ୍ବର ଶେଷ ବେଳକୁ କୋଇଲା ଯୋଗାଣ ୪୨.୫ ନିୟୁତ ଟନ୍ ହ୍ରାସ ପାଇବ, ଯାହା ପୂର୍ବର ଆକଳନ ଠାରୁ ୧୫% ଅଧିକ। ବିଦ୍ୟୁତ୍ ଚାହିଦା ଅଧିକ ବୃଦ୍ଧି ଏବଂ କେତେକ କୋଇଲା ଖଣିରୁ ଉତ୍ପାଦନ କମ୍ ହେତୁ ଏଭଳି ପରିସ୍ଥିତି ଉପୁଜିବା ନେଇ ଆଶଙ୍କା କରାଯାଉଛି।

ଗତ ୩୮ ବର୍ଷ ମଧ୍ୟରେ ବାର୍ଷିକ ବିଦ୍ୟୁତ୍ ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବା ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ କୋଇଲା ଯୋଗାଣ ହ୍ରାସ ହେତୁ ବିଶ୍ୱ ସ୍ଥରରେ କୋଇଲା ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଛି ଯେଉଁଥି ପାଇଁ ଭାରତରେ ଇନ୍ଧନ ଅଭାବ ଦେଖାଦେବା ଭଳି ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି।

- Advertisement -

ବିଗତ ଦିନରେ କୋଇଲା ଆମଦାନୀ ବୃଦ୍ଧି ପାଇଁ ଭାରତ ଅଗ୍ରାଧିକାର ଦେଇଥିବା ବେଳେ, ଯଦି ବିଦ୍ୟୁତ୍ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ କୋଇଲା ଭଣ୍ଡାର ନିର୍ମାଣ ନକରନ୍ତି ତେବେ ଘରୋଇ କୋଇଲା ଯୋଗାଣ ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି। ଅନ୍ୟପକ୍ଷରେ ଅଧିକାଂଶ ରାଜ୍ୟ କୋଇଲା ଆମଦାନୀ ପାଇଁ ଚୁକ୍ତିନାମା ପ୍ରଦାନ କରିନଥିବାରୁ ଯଦି କୋଇଲା ଆମଦାନୀ ନହୁଏ ତେବେ ଜୁଲାଇ ସୁଦ୍ଧା ଦେଶରେ କୋଇଲା ଶେଷ ହେବାର ମଧ୍ୟ ସଂଭାବନା ରହିଛି। ଏପ୍ରିଲ୍ ଶେଷ ସୁଦ୍ଧା କେବଳ ଗୋଟିଏ ରାଜ୍ୟ କୋଇଲା ଆମଦାନୀ ପାଇଁ ଚୁକ୍ତିନାମା ପ୍ରଦାନ କରିଥିବା ଶକ୍ତି ମନ୍ତ୍ରଣାଳୟ ଦର୍ଶାଇଛି।

ସେପ୍ଟେମ୍ବରରେ ଶେଷ ହେଉଥିବା ତ୍ରୈମାସିକରେ ଘରୋଇ କୋଇଲା ଯୋଗାଣ ପୂର୍ବରୁ ସ୍ଥିରୀକୃତ ୧୯୭.୩ ନିୟୁତ ଟନ୍‌ରୁ ୪୨.୫ ନିୟୁତ ଟନ ହ୍ରାସ ପାଇ ୧୫୪.୭ ନିୟୁତ ଟନ୍‌ ରହିବ। ଏହା ପୂର୍ବରୁ ୩୭ ନିୟୁତ ଟନ କୋଇଲା ଅଭାବ ନେଇ ଆକଳନ କରାଯାଇଥିଲା। ଗତକାଲି ଶକ୍ତି ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ୍ ବୈଠକରେ ଏହି ବିଷୟ ଉପସ୍ଥାପନ କରାଯାଇଥିଲା ଯେଉଁଥିରେ କେନ୍ଦ୍ର କୋଇଲା ଏବଂ ଶକ୍ତି ମନ୍ତ୍ରୀ, କେନ୍ଦ୍ର ସରକାର ଏବଂ ରାଜ୍ୟର ବରିଷ୍ଠ ଶକ୍ତି ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories