www.samajalive.in
Monday, December 8, 2025
14.1 C
Bhubaneswar

ଜାତୀୟ ସିନିୟର ମହିଳା ଫୁଟ୍‍ବଲ ଚମ୍ପିଆନ୍‍ସିପ : ମଣିପୁର ଚମ୍ପିଆନ; ଓଡ଼ିଶା ରନର୍ସଅପ୍‍

କଟକ : ଫୁଟ୍‍ବଲ ଆସୋସିଏସନ୍‍ ଅଫ୍‍ ଓଡ଼ିଶା (ଫାଓ) ଆନୁକୂଲ୍ୟରେ ଚାଲିଥିବା ୨୪ତମ ଜାତୀୟ ସିନିୟର ମହିଳା ଫୁଟ୍‍ବଲ ଚମ୍ପିଆନ୍‍ସିପରେ  ଟାଇଟଲ ଅର୍ଜନ କରିଛି ଏହି ଟୁର୍ଣ୍ଣାମେଣ୍ଟ ଇତିହାସରେ ସଫଳତମ ଦଳ ମଣିପୁର। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‍ରେ ଆୟୋଜକ ଓଡ଼ିଶାକୁ ନିରାଶକରି ମଣିପୁର ଚମ୍ପିଆନ୍‍ ଆଖ୍ୟା ଅର୍ଜନ କରିଛି। ବାରବାଟୀ ଷ୍ଟାଡିୟମ୍‍ରେ ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‍ରେ ମଣିପୁର ୨-୧ ଗୋଲ୍‍ରେ ଓଡ଼ିଶାକୁ ପରାସ୍ତ କରିଛି। ଗତବର୍ଷର ଚମ୍ପିଆନ୍‍ ତାମିଲନାଡ଼ୁକୁ ସେମିଫାଇନାଲରେ ପରାସ୍ତକରି ଫାଇନାଲରେ ପହଞ୍ଚିଥିବା ଓଡ଼ିଶା ତା’ର ପ୍ରଶଂସକଙ୍କୁ ନିରାଶ କରିଛି।

- Advertisement -

ଏହି ଫାଇନାଲ ମ୍ୟାଚ୍‍ର ପ୍ରଥମାର୍ଦ୍ଧ ଶେଷଆଡ଼କୁ ମଣିପୁର ଆଗୁଆ ହୋଇ ଯାଇଥିଲା। ଅଧିନାୟିକା ତଥା ଭାରତୀୟ ଦଳ ପାଇଁ ଖେଳୁଥିବା ଏନ୍‍.ଜି. ବାଲାଦେବୀ ମଣିପୁର ପାଇଁ ଏହି ଗୋଲ୍‍ ଦେଇଥିଲେ। ତେବେ ଓଡ଼ିଶା ମ୍ୟାଚ୍‍କୁ ଫେରିବାକୁ ପ୍ରୟାସ କରୁକରୁ ମଣିପୁର ୨ୟ ଗୋଲ୍‍ ସ୍କୋର୍‍ କରିଥିଲା। ଅନ୍ୟତମ ଆନ୍ତର୍ଜାତିକ ଖେଳାଳି ଇରମ୍‍ ପ୍ରମେଶ୍ୱରୀ ଦେବୀ ୫୦ ମିନିଟରେ ଗୋଲ୍‍ଦେଇ ମଣିପୁରକୁ ୨-୦ରେ ଆଗୁଆ କରିଥିଲେ। ପରେ ଓଡ଼ିଶା ଲଢ଼ୁଆ ପ୍ରଦର୍ଶନ କରି ୮୧ ମିନିଟରେ ଆରତୀ ସେଠୀଙ୍କ ଜରିଆରେ ଗୋଟିଏ ଗୋଲ୍‍ ସୁଝାଇ ପାରିଥିଲା। ଏହାପରେ ମଣିପୁର ଆଉ ଗୋଲ୍‍ହେବାକୁ ଦେଇନଥିଲା। ବିଧାୟକ ତଥା ଫାଓର ସଭାପତି ଦେବାଶିଷ ସାମନ୍ତରାୟ ଓ ଓଡ଼ିଶା ଆଥ୍‍ଲେଟିକ୍‍ ଆସୋସିଏସନ୍‍ର ସମ୍ପାଦକ ଆଶୀର୍ବାଦ ବେହେରା ପୁରସ୍କାର ବିତରଣ କରିଥିଲେ। ଫାଓ ଉପସଭାପତି ବିଜୟ ଦାସ, ଭକ୍ତବଲ୍ଲଭ ଦାସ, ତଡ଼ିତ କୁମାର ରାଉତ, ଦିଲୀପ ସାହୁ, ସୁବ୍ରତ ପଣ୍ଡା, ଯୁଗ୍ମସମ୍ପାଦକ ଅଭିଜିତ ପାଲ, ବିଜୟ କୁମାର ଦାସ, ସଂଗୀତା ଶର୍ମା, କର୍ପୋରେଟର ରଞ୍ଜନ ବିଶ୍ୱାଳ, ଫାଓ ସଦସ୍ୟ ଆକ୍‍ମଲ ଅଲୀ, ବିଶ୍ୱରଞ୍ଜନ ଘଡ଼େଇ, ଶ୍ରୀମନ୍ତ ସାହୁ, ଆନ୍ତର୍ଜାତିକ ଫୁଟ୍‍ବଲର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଗୀତାଞ୍ଜଳି ଖୁଣ୍ଟିଆ ଓ ପ୍ରଶିକ୍ଷକ ଅବ୍‍ଦୁଲ ଜବାର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories