www.samajalive.in
Monday, December 8, 2025
14.1 C
Bhubaneswar

ବଢିବାରେ ଲାଗିଛି ‘କସୌଟୀ ଜିନ୍ଦଗୀ କେ’ର ଲୋକପ୍ରିୟତା

୨୦୦୧ ଅକ୍ଟୋବର ୨୯ରେ ବାଲାଜୀ ଟେଲିଫିଲ୍ମସ୍‌ର ଧାରାବାହିକ ‘କସୌଟୀ ଜିନ୍ଦଗୀ କେ’ର ଟେଲିଭିଜନରେ ପ୍ରସାରିତ ହୋଇଥିଲା। ଏକତା କପୁର ନିର୍ଦେଶନା ଓ ପ୍ରଯୋଜନାରେ ଏହି ଧାରାବାହିକ ୭ ବର୍ଷ ପ୍ରସାରିତ ହୋଇଥିଲାବେଳେ ଟିଆରପିରେ ସବୁବେଳେ ଶୀର୍ଷରେ ଥିଲା। ମୋଟ୍ ୧୪୨୩ଟି ଏପିସୋଡ୍ ବିଶିଷ୍ଟ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ଅନୁରାଗ ବସୁ ଓ ପ୍ରେରଣା। ୨୦୦୮ ଫେବୃଆରୀ ୨୮ରେ ଏହି କାର୍ଯ୍ୟକ୍ରମର ସମାପ୍ତି ହୋଇଥିଲା। ତେବେ ଏକତା ପୁନଃ କିମିଆ କରି ଦେଖାଇଛନ୍ତି। ୧୦ ବର୍ଷ ପରେ ପୁଣି ଦର୍ଶକଙ୍କ ସମ୍ମୁଖକୁ ନେଇ ଆସିଛନ୍ତି ସେହି ଧାରାବାହିକର ଦ୍ବିତୀୟ ଭାଗ ‘କସୌଟୀ ଜିନ୍ଦଗୀ କେ’। ସେପ୍ଟେମ୍ବର ୨୫ରେ ପ୍ରସାରିତ ହୋଇଥିବା ଏଇ କାର୍ଯ୍ୟକ୍ରମର ଲୋକପ୍ରିୟତା ରାତାରାତି ବୃଦ୍ଧି ପାଇଛି। ମାତ୍ର ଗୋଟିଏ ସପ୍ତାହରେ ଏହାର ଦର୍ଶକଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଛି ବୋଲି ସର୍ବେକ୍ଷଣରୁ ପ୍ରକାଶିତ। ଏଥରକ ପ୍ରେରଣା ଚରିତ୍ରରେ ସୁନ୍ଦରୀ ଏରିକା ଫର୍ଣ୍ଣାଣ୍ଡିଜ୍ ଅବତୀର୍ଣ୍ଣ ହୋଇଥିବାବେଳେ ଅନୁରାଗଙ୍କ ଚରିତ୍ରରେ ପାର୍ଥ ସାମନ୍ଥନ୍ ଦେଖାଦେବେ। ଏହା ସହ ଚର୍ଚ୍ଚିତ କୋମୋଲିକା ଚରିତ୍ରରେ ହିନା ଖାନ୍ ଅଭିନୟ କରିଥିବାର ଶୁଣାଯାଉଛି। କାରଣ ବର୍ତ୍ତମାନ ପର୍ଯ୍ୟନ୍ତ କୋମୋଲିକା ଚରିତ୍ର ଦୃଶ୍ୟପଟକୁ ଆସିନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories