www.samajalive.in
Sunday, December 7, 2025
26.1 C
Bhubaneswar

କଦଳୀ ଖାଇଲେ ଓଜନ ବଢେ ନାହିଁ

ଏବର ପିଢ଼ିକୁ କଦଳୀ ଖାଇବାକୁ ପରାମର୍ଶ ଦେଲେ, ସେମାନେ ତୁରନ୍ତ ଯୁକ୍ତି ବାଢ଼ନ୍ତି ଯେ ଏହି ଫଳ ଖାଇଲେ ଓଜନ ବଢ଼ିବ। ଆଶ୍ଚର୍ଯ୍ୟର କଥା ଯେ ଆମ ପୂର୍ବ ପିଢ଼ି ନିୟମିତ କଦଳୀ ଖାଇ ମେଦବହୁଳ ରୋଗର ଶିକାର ହେଉନଥିଲେ କିନ୍ତୁ ଆମେ ଏହି ଭ୍ରମରେ ଅଛୁ। ଦିଲ୍ଲୀର ନାମୀ ଖାଦ୍ୟ ବିଶେଷଜ୍ଞ ରିୟଙ୍କା ଜାଭେରୀଙ୍କ ମତ​‌େ​‌ର ତାଙ୍କ ପାଖକୁ ସଂଖ୍ୟାଧିକ ରୋଗୀ ଆସନ୍ତି। ସମସ୍ତଙ୍କୁ ସେ ଦୈନିକ କଦଳୀ ଖାଇବାକୁ ପରାମର୍ଶ ଦିଅନ୍ତି। ଜଣେ ମଧୁମେହ ରୋଗୀ ଥରେ ତାଙ୍କୁ ପଚାରିଲେ, କଦଳୀ ଖାଇଲେ ତାଙ୍କ ସୁଗାର୍ ବଢ଼ିଯାଉଛି। ପରେ କିନ୍ତୁ ତାଙ୍କ ଖାଦ୍ୟପାନୀୟ ଭଲଭାବେ ତଦାରଖ କରି ବିଶେଷଜ୍ଞ ଜାଣିପାରିଥିଲେ ଯେ ବରଂ ବିସ୍କୁଟ୍ ଓ ଆଇସକ୍ରିମ୍ ଖାଇ ସୁଗାର ବଢ଼ିଛି। ପ୍ରକୃତି ଦତ୍ତ ଏଇ ଫଳରେ ଥିବା ସୁଗାର୍ ଶରୀର ପ୍ରତି ଆଦୌ ହାନିକାରକ ନୁହେଁ। ଜିମ୍୍‌ରୁ ଫେରିବା ପରେ ଗୋଟିଏ କଦଳୀ ଖାଇବା ଶରୀର ନିମନ୍ତେ ଉତ୍ତମ। ଏହା ବାଦ୍ ନିୟମିତ କଦଳୀ ଖାଇଲେ ତାହା ମନକ୍ୁ ଶାନ୍ତ କରିଥାଏ।
ଶରୀରକୁ ତୁରନ୍ତ ଶକ୍ତି ଦେବାକୁ ଚାହୁଁଥିଲେ, କଦଳୀଠାରୁ ସର୍ବୋତ୍କୃଷ୍ଟ ଭୋଜନ ଅନ୍ୟ କିଛି ନାହିଁ। ଏହା ଦୈନିକ ଖାଇଲେ ଓଜନ ବଢ଼ିବାର କୌଣସି ଆଶଙ୍କା ନଥାଏ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ।
ପୋଟାସିୟମ୍‌‌ଯୁକ୍ତ କଦଳୀ ରକ୍ତଚାପ ନିୟନ୍ତ୍ରିତ କରେ ଏବଂ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ବ ପିଲାଙ୍କ ପାଇଁ ଉପକାରୀ।
ବୟସ୍କ ବର୍ଗ ନିମନ୍ତେ କଦଳୀ ଏକ ଭଲ ଭୋଜନ। ଏଥିରେ ଥିବା ଭିଟାମିନ୍ ସି, ବି-୬, ଫାଇବର୍ ଇତ୍ୟାଦି ବର୍ଦ୍ଧିତ ବୟସ ନିମନ୍ତେ ଉତ୍ତମ ହୋଇଥିବାବେଳେ ପେଟ ସମସ୍ୟା ମଧ୍ୟ ଦୂର କରେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories