www.samajalive.in
Wednesday, December 10, 2025
15.1 C
Bhubaneswar

ପ୍ରେମ ପାଇଁ ୯୭ ଲକ୍ଷ ଟଙ୍କା ଆତ୍ମସାତ ମାମଲା ୫ ଦିନିଆ ଜିମାରେ ଆସିବେ ପ୍ରେମିକ-ପ୍ରେମିକା

ତମାଣ୍ଡୋ: ରାଜଧାନୀର ଏକ ଘରୋଇ ବୈଷୟିକ ମହାବିଦ୍ୟାଳୟରୁ ୯୭ ଲକ୍ଷ ଟଙ୍କା ଆତ୍ମସାତ ମାମଲାରେ ପ୍ରେମିକ ବିକାଶ କୁମାରକୁ ଝାଡ଼ଖଣ୍ଡରୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ। ଏହି ଘଟଣାରେ ପୁଲିସ ଅନୁଷ୍ଠାନର ମହିଳା କର୍ମଚାରୀ ପାୟଲ କୁମାର ମହାପାତ୍ରଙ୍କୁ ଗିରଫ କରିଥିଲା। ଗତକାଲି ବିକାଶକୁ ଅଦାଲତ ଚାଲାଣ କରାଯାଇଛି। ତେବେ ଉଭୟଙ୍କୁ ୫ଦିନିଆ ଜିମାରେ ଆଣିବା ଲାଗି ପୁଲିସ ଅଦାଲତରେ ଆବେଦନ କରିଛି। ପ୍ରକାଶ ଯେ ଘରୋଇ ବୈଷୟିକ ମହାବିଦ୍ୟାଳୟର ଛାତ୍ର ବିକାଶ ଅର୍ଥ ପରିଚାଳନା ବିଭାଗରେ କାମ କରୁଥିବା ପାୟଲଙ୍କୁ ପ୍ରେମ ଜାଲରେ ଫସାଇଥିଲା। ବୟସରେ ସାନ ହେଲେ ବି ପାୟଲଙ୍କ ସହ ତା’ର ଥିଲା ଘନିଷ୍ଠ ସମ୍ପର୍କ। ପାଠ ପଢ଼ା ସରିବା ପରେ ବିକାଶ ଝାଡ଼ଖଣ୍ଡକୁ ପଳାଇଥିଲା। ମାତ୍ର ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲା। ଏହା ମଧ୍ୟରେ ବିଭିନ୍ନ ଆଳ କରି ପାୟଲଙ୍କଠାରୁ ବିକାଶ ନେଇଥିଲା ୯୭ଲକ୍ଷ ଟଙ୍କା। ଛାତ୍ରଛାତ୍ରୀଙ୍କଠାରୁ ଆଦାୟ ହେଉଥିବା ଟ୍ୟୁସନ ଓ ଆଡ଼ମିଶନ ଫି’ ଟଙ୍କାକୁ ପ୍ରେମିକ ଆକାଉଣ୍ଟକୁ ପଠାଉଥିଲେ ଯୁବତୀ। ଫୋନ୍‌ ପେ’ ଓ ଆକାଉଣ୍ଟ ଟ୍ରାନ୍ସଫର ଜରିଆରେ ଟଙ୍କା ପଠାଇ ଚାଲିଥିଲେ ପାୟଲ। ପ୍ରେମିକାଠାରୁ ଟଙ୍କା ନେଇ ଅନ୍‌ଲାଇନ୍ ଜୁଆରେ ବିନିଯୋଗ କରିଥିଲା ବିକାଶ। ୬୦ରୁ ୬୫ ଲକ୍ଷ ଟଙ୍କା ଅନ୍‌ଲାଇନ୍ ଜୁଆରେ ବିନିଯୋଗ କରିଥିଲାବେଳେ ପ୍ରେମିକାକୁ ମାତ୍ର ୮୦ ହଜାର ଟଙ୍କା ଫେରାଇଥିଲା। କଲେଜ ପକ୍ଷରୁ ଅଡ଼ିଟ ବେଳେ ଟଙ୍କା ନିଅଣ୍ଟ ଜଣାପଡ଼ିବା ପରେ ପାୟଲଙ୍କ ଉପରେ ସନ୍ଦେହ ହୋଇଥିଲା।

ଏ ନେଇ କଲେଜ ପକ୍ଷରୁ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା। ପାୟଲଙ୍କୁ ପଚରାଉଚରାବେଳେ ସତ ମାନି ଯାଇଥିବା ବେଳେ ତାଙ୍କୁ ଗିରଫ କରିଥିଲା ପୁଲିସ। ଏହାପରେ ବିକାଶଙ୍କୁ ଧରିବାକୁ ଝାଡ଼ଖଣ୍ଡକୁ ଏକ ସ୍ୱତନ୍ତ୍ର ଦଳ ପଠାଇଥିଲା। ସେଠାରୁ ଗିରଫ କରି ତାଙ୍କୁ ଭୁବନେଶ୍ୱର ଅଣାଯାଇଛି। ଏଥିସହ ଲୁଟ୍‌ ଟଙ୍କା ଉଦ୍ଧାର ନିମନ୍ତେ ପଦକ୍ଷେପ ନିଆଯାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories