www.samajalive.in
Tuesday, December 9, 2025
23.1 C
Bhubaneswar

ଓଡ଼ିଶା ଫିନଟେକ୍ ଷ୍ଟାର୍ଟଅପ ଆଇ ସର୍ଭ ୟୁ କୁ ମିଳିଲା ୧୦୦କୋଟି ଟଙ୍କାର ପୁଞ୍ଜି ବିନିଯୋଗ, ରାଜ୍ୟରେ ୩ ବର୍ଷରେ ତିଆରି କରିବ ୧୫୦୦ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: କମାଲ କରିଛି ଓଡ଼ିଶାର ୠଆଇ ସର୍ଭ ୟୁ ‘। କଂପାନୀର ୧୦୦ କୋଟି ଟଙ୍କାର ପୁଞ୍ଜି ଲଗାଣ ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ମୁମ୍ବାଇ ନିୟୋଗିନ ଫାଇନ୍‌ଟେକ୍‌ ଶହେ କୋଟି ଟଙ୍କାର ପୁଞ୍ଚି ପର‌୍ୟ୍ୟାୟ କ୍ରମେ ସଝରକ୍ସଙ୍ଖରଟରେ ନିବେଶ କରୁଛି। ଆଇ ସର୍ଭ ୟୁ ଏହି ପୁଞ୍ଜି ଟେକନୋଲୋଜି ବିକାଶ ଓ ନିଯୁକ୍ତି ସୂଯୋଗ ତିଆରି କରିବା ଦିଗରେ ବିନିଯୋଗ କରିବ ବୋଲି କଂପାନୀ ପକ୍ଷରୁ କୁହାଯାଇଛି। ଏହା ସହ ଆଗମୀ ୩ ବର୍ଷରେ ଆଇ ସର୍ଭ ୟୁ ଭୁବନେଶ୍ବରରେ ଇଂଜିନିୟରିଙ୍ଗ କ୍ଷେତ୍ରରେ ପ୍ରାୟ ୧୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ପୁଞ୍ଜି ବିନିଯୋଗର ଖୁସି ଖବର ସହ ଆଇ ସର୍ଭ ୟୁ ଗ୍ରାହକଙ୍କ ପାଇଁ ଆଣିଛି  ଏପିଆଇ। ଫାଇନାନସିଆଲ ସର୍ଭିସେସ ପ୍ରଦାନ କରୁଥିବା କମ୍ପାନି, ମାଇକ୍ରୋଫାଇନ୍ସ ସେବା ଯୋଗାଇ ଦେଉଥିବା କମ୍ପାନି ମାନେ ଏବେ ଆଇ ସର୍ଭ ୟୁ ପ୍ଲାଟଫର୍ମ ବ୍ୟବହାର କରି ସହଜରେ ବ୍ୟାଙ୍କିଙ୍ଗ ସର୍ଭିସେସ ନିଜ ଗ୍ରାହକ ମାନଙ୍କୁ ଯୋଗାଇ ଦେଇ ପାରିବେ। ବ୍ୟାଙ୍କିଙ୍ଗ ସେବା ଦେବା ପାଇଁ ସମସ୍ତ ଟେକ୍ନୋଲୋଜି ସହାୟତା, ଆପ୍ଲିକେସନ ଆଇ ସର୍ଭ ୟୁ ତିଆରି କରିଛି। ଆଇ ସର୍ଭ ୟୁ ଆରବିଆଇ ଗାଇଡ ଲାଇନ ଅନୁଯାୟୀ , ବିଭିନ୍ନ କମର୍ସିଆଲ ବ୍ୟାଙ୍କ ସହ ଅନୁବନ୍ଧିତ ହୋଇଥିବାରୁଆଇ ସର୍ଭ ୟୁ ପ୍ଲାଟଫର୍ମ ମାଇକ୍ରୋଫାଇନ୍ସ କମ୍ପାନି ଓ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ବେଶ୍ ଉପଯୋଗୀ ରହିବ। ଆଗ୍ରହୀ ଥିବା କମ୍ପାନି
ଆଇ ସର୍ଭ ୟୁ ପ୍ଲାଟଫର୍ମ ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ଋଣ ଦେବା, ଅର୍ଥ ଜମା କରିବା, ଟଙ୍କା ଉଠାଇବା, ରେମିଟାନ୍ସ ଓ ବିମା ଆଦି ସେବା ସହଜରେ ଗ୍ରାହକ ମାନଙ୍କୁ ଦେଇପାରିବେ। ମେବେ ନେଇ ସବିଶେଷ ବିବରଣୀ କମ୍ପାନିର ୱେବସାଇଟରେ ଦିଆଯାଇଛି ।

- Advertisement -

ପୁଞ୍ଜି ବିନିଯୋଗର ପ୍ରଥମ ପର‌୍ୟ୍ୟାୟରେ ନିୟୋଗିନ  ୫୦ କୋଟି ଟଙ୍କା ଓ ଦ୍ବିତୀୟ ପର‌୍ୟ୍ୟାୟରେ ଆଉ ୫୦ କୋଟି ଟଙ୍କା ବିନିଯୋଗ କରିବ।

ଆଇ ସର୍ଭ ୟୁ ର ପ୍ୟାରେଣ୍ଟ କମ୍ପାନି ନିୟୋଗିନପରିଚାଳନା ନିର୍ଦେଶକ ଓ ସିଇଓ ତସବିନ୍ଦର ସିଂହଙ୍କ ଅନୁଯାୟୀ ଫାଇନାନସିଆଲ ସର୍ଭିସେସଏପିଆଇ ଡେଭେଲପ୍ କରିବା କ୍ଷେତ୍ରରେ ଆଇ ସର୍ଭ ୟୁ ବେଶ ଆଗରେ ରହିଛି। ନିୟୋଜିନର ପୁଞ୍ଜି ବିନିଯୋଗ ପରେ ଆଇ ସର୍ଭ ୟୁ ଗ୍ରାହକଙ୍କୁ ଅଧିକ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦେଇ ପାରିବ ବୋଲି ତସବିନ୍ଦର କହିଛନ୍ତି।

ଆଇ ସର୍ଭ ୟୁ ଟରେ ନୂଆ ପୁଞ୍ଜିବିନଯୋଗକୁ ନେଇ ବିଶେଷ ଉତ୍ସାହିତ ଅଛନ୍ତି କମ୍ପାନିର ସିଇଓ ଦେବୀପ୍ରାସଦ ଷଢ଼ଙ୍ଗୀ। ଦେବୀ ପ୍ରସାଦ କହିଛନ୍ତି ପୁଞ୍ଜି ବିନିଯୋଗ ଆମକୁ ବ୍ୟାଙ୍କିଙ୍କ ସେବା କ୍ଷେତ୍ରରେ ନୂଆ ସେବା ଯୋଗାଇ ଦେବାରେ ବିଶେଷ ସହାୟ ଦେବ। ଏହା ସହ ଏହା ଓଡ଼ିଶାରେ ଥିବା ନୂଆ ଇଂଜିନିୟରିଙ୍ଗ ଟାଲେଣ୍ଟ ପୁଲଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories