ଆଜିଠୁ ମାଟ୍ରିକ ପରୀକ୍ଷା

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ସମେଟିଭ୍‍ ଆସେସ୍‍ମେଣ୍ଟ-୨ ପରୀକ୍ଷା ଆଜି ଆରମ୍ଭ ହେବ। ପରୀକ୍ଷା ପ୍ରତିଦିନ ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ୬ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଚଳିତବର୍ଷ ୫,୭୧,୯୦୯ ଜଣ ପରୀକ୍ଷାର୍ଥୀ ମୋଟ ୩୨୦୩ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ପ୍ରଶ୍ନପତ୍ର ରଖିବା ପାଇଁ ୩୧୫ଟି ନୋଡାଲ କେନ୍ଦ୍ର କରାଯାଇଛି। ମାଓପ୍ରବଣ ଜିଲାର ୨୧ଟି ଥାନାରେ ନୋଡାଲ କେନ୍ଦ୍ର କରାଯାଇଛି। କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଓ ମାଲକାନଗିରିରେ ୯ଟି ନୋଡାଲ କେନ୍ଦ୍ର ହୋଇଛି।

ମାଟ୍ରିକ ପରୀକ୍ଷା ସହିତ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଆଜିଠାରୁ ଆରମ୍ଭ ହେବ। ପରୀକ୍ଷା ପରିଚାଳନା ତଦାରଖ ପାଇଁ ୪ସ୍ତରୀୟ ସ୍କ୍ୱାଡ୍‍ ବ୍ୟବସ୍ଥା କରାଯାଇଛି। କୋଭିଡ୍‍-୧୯ ଗାଇଡ୍‍ ଲାଇନ୍‍ ଅନୁପାଳନ କରିବା ସହ ପରୀକ୍ଷା କେନ୍ଦ୍ର ମଧ୍ୟରେ ମୋବାଇଲ୍‍ ନିଷେଧ କରାଯାଇଛି। ସେହିପରି ୪୪୪୩ ବିଦ୍ୟାର୍ଥୀ ୧୨୨ଟି ପରୀକ୍ଷା କେନ୍ଦ୍ରରେ ମଧ୍ୟମା ପରୀକ୍ଷା ଦେବେ। ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୯୩୭୮ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ୨୧୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ମଧ୍ୟମା ପରୀକ୍ଷାର ୯ରେ ସାମାଜିକ ବିଜ୍ଞାନ ଏବଂ ୧୦ରେ ଇଂରାଜୀ ପରୀକ୍ଷା ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ହେବ। ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର ୮ରେ ଗୃହ ବିଜ୍ଞାନ ପ୍ରାକ୍ଟିକାଲ ସକାଳ ୮ଟାରୁ ୯ଟା, ୯ ତାରିଖ ଗୃହ ବିଜ୍ଞାନ ଥିଓରୀ ସକାଳ ୮ଟାରୁ ୧୦ଟା ଏବଂ ୧୦ ତାରିଖ ଚିତ୍ରାଙ୍କନ ଥିଓରୀ ସକାଳ ୮ଟାରୁ ୯ଟା ଯାଏ ଅନୁଷ୍ଠିତ ହେବ। ପରୀକ୍ଷା ଦିନ ୧୧ଟା ୩୦ରୁ ଆରମ୍ଭ ହେବ।

Comments are closed.