www.samajalive.in
Sunday, December 7, 2025
14.1 C
Bhubaneswar

ଏପଲ କମ୍ପାନୀ ପ୍ରବନ୍ଧକଙ୍କୁ ଗୁଳି ମାଡ଼ ଘଟଣାର ହୋଇପାରେ ସିବିଆଇ ତଦନ୍ତ: ଆଦିତ୍ୟନାଥ

ଲକ୍ଷ୍ନୌ: ଏପଲ କମ୍ପାନୀର ପ୍ରବନ୍ଧକଙ୍କୁ ତାଙ୍କ ସହକର୍ମୀଙ୍କ ସମ୍ମୁଖରେ ପୁଲିସର ଗୁଡ଼ିମାଡ଼ ଘଟଣାକୁ ନେଇ ଉତ୍ତରପ୍ରଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ପ୍ରବନ୍ଧକ ବିବେକ ତିୱାରୀଙ୍କୁ ବିଳମ୍ବିତ ରାତିରେ ଦୁଇ ଜଣ ପୁଲିସ ସିପାହୀ ଗାଡ଼ି ଅଟକାଇବାକୁ ନିର୍ଦେଶ ଦେଇଥିଲେ। ତେବେ ବିବେକ ଗାଡ଼ି ନଅଟକାଇବାରୁ ସେମାନେ ବିବେକଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ଏହି ଘଟଣାରେ ବିବେକଙ୍କ ପତ୍ନୀ କଳ୍ପନା ଯୋଗୀ ଆଦିତ୍ୟନାଥଙ୍କୁ ହସ୍ତକ୍ଷେପ ପାଇଁ ନିବେଦନ କରିଥିଲେ।
ଘଟଣା ସମଗ୍ର ୟୁପିରେ ଚହଳ ସୃଷ୍ଟି କରିଥିବାବେଳେ ଯୋଗୀ ଆଦିତ୍ୟନାଥ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆବଶ୍ୟକ ପଡ଼ିଲେ ସିବିଆଇ ଦ୍ୱାରା ତଦନ୍ତ କରାଯାଇ ସତ୍ୟାସତ୍ୟ ଲୋକଲୋଚନକୁ ଅଣାଯିବାର ପ୍ରତିଶ୍ରୁତି ଦେଇଛନ୍ତି। ବିବେକଙ୍କୁ ଗୁଳି ମାରିବା କୌଣସି ଏନକାଉଣ୍ଟର ଅନ୍ତର୍ଗତ ନଥିଲା। ଗୁଳି ମାରିଥିବା ସିପାହୀ ଓ ତାଙ୍କ ସହ କାର୍ଯ୍ୟରତ ଅନ୍ୟ  ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ତେଣୁ ନିରପେକ୍ଷ ତଦନ୍ତ ପାଇଁ ଆବଶ୍ୟକ ପଡ଼ିଲେ ସିବିଆଇକୁ ତଦନ୍ତ ଦାୟିତ୍ୱ ଦେବାରେ କୌଣସି ଅସୁବିଧା ନାହିଁ ବୋଲି ଯୋଗୀ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories