www.samajalive.in
Tuesday, December 9, 2025
17.1 C
Bhubaneswar

ପଟ୍ଟନାୟିକିଆ-ସୁଆଣ୍ଡୋ ରାସ୍ତାର ନାମ ପଣ୍ଡିତ ଗୋପବନ୍ଧୁ ମାର୍ଗ କରିବାକୁ ଦାବି

ସୁଆଣ୍ଡୋ: ଓଡ଼ିଶାର ଅବିସମ୍ବାଦୀ ଜନନେତା ପ୍ରଜ୍ଞା ପୁରୁଷ ‘ସମାଜ’ର ପ୍ରତିଷ୍ଠାତା ଉତ୍କଳୀୟ ଜନସାଧାରଣଙ୍କ ଆପଣାର ମଣିଷ ହେଉଛନ୍ତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ତାଙ୍କ ଜନ୍ମମାଟିକୁ ଜ୍ଞାନ ପୀଠ ଭାବେ ଗଢିବା ପାଇଁ ସରକାରଙ୍କ ପକ୍ଷରୁ ବହୁମୁଖୀ ଐତିହ୍ୟ ପ୍ରକଳ୍ପର ନିର୍ମାଣ କାମ ଚାଲିଛି । ଯଦ୍ବାରା କି ରାଜ୍ୟ ସରକାରଙ୍କ ଏହି ମହତ ଉଦ୍ୟମକୁ ଓଡ଼ିଶାର ପ୍ରତ୍ୟେକ ସ୍ତରରୁ ପ୍ରଶଂସା କରାଯାଉଛି । ଭୁବନେଶ୍ୱର-ପୁରୀ ୩୧୬ ନଂ ଜାତୀୟ ରାଜପଥ ପଟ୍ଟନାୟିକିଆ-ସୁଆଣ୍ଡୋ ରାସ୍ତାରେ ପ୍ରତିଦିନ ବହୁ ସଂଖ୍ୟାରେ ଲୋକ ସୁଆଣ୍ଡୋ ଯାଇଥାନ୍ତି । ସେହି ମହାପୁରୁଷଙ୍କ ନାମରେ ଉକ୍ତ ରାସ୍ତାଟି ‘ପଣ୍ଡିତ ଗୋପବନ୍ଧୁ ମାର୍ଗ’ କରାଯିବାକୁ ଗୋପବନ୍ଧୁ ସ୍ମୃତିପରିଷଦ, ଉତ୍କଳ ସ୍ୱାଭିମାନ ମଞ୍ଚ, ପଞ୍ଚସଖା ସ୍ମୃତିପରିଷଦ, ନୀଳାଚଳ କୃଷକ ମଞ୍ଚ, ମା’ ଚର୍ଚ୍ଚିକା ସ୍ପୋଟିଂ କ୍ଲବ ଓ ଗରିବର ସାଥୀ ପ୍ରମୁଖ ସଙ୍ଗଠନ ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ ବିଭିନ୍ନ ସଙ୍ଗଠନ ତରଫରୁ ଜିଲାପାଳଙ୍କୁ ଦାବିପତ୍ର ଦିଆଯାଇଛି । ପୁଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସ୍ମୃତିକୁ ଉଜ୍ଜୀବିତ କରିବାକୁ ସରକାର ସୁଆଣ୍ଡୋରେ ବହୁ କୋଟି ଟଙ୍କା ବ୍ୟୟ କରି ଐତିହ୍ୟ ପ୍ରକଳ୍ପ କରୁଛନ୍ତି । ତେଣୁ ଉକ୍ତ ରାସ୍ତାର ନାମ ପଣ୍ଡିତ ଗୋପବନ୍ଧୁ ମାର୍ଗ କରାଯିବା ପ୍ରସ୍ତାବକୁ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories