www.samajalive.in
Wednesday, December 10, 2025
15.1 C
Bhubaneswar

ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ପାଇଁ ତାରିଖ ଘୋଷଣା

ନୂଆଦିଲ୍ଳୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା-୨୦୨୨ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ଅଗଷ୍ଟ ୨୮ରେ ଜେଇଇ ଆଡଭାନ୍ସ ପରୀକ୍ଷା କରାଯିବା ନେଇ (ଆଇଆଇଟି) ବା ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛି । ପୂର୍ବରୁ ଜେଇଇ ଆଡଭାନ୍ସଡ୍‌ ପରୀକ୍ଷା ହେବା ନେଇ ଘୋଷଣା ହୋଇଥିଲା । ଜୁଲାଇ ୩ରେ ପରୀକ୍ଷା ହେବା ନେଇ ସୂଚନା ଦେଇଥିଲା ଆଇଆଇଟି । ବର୍ତ୍ତମାନର ସୂଚନା ଅନୁସାରେ ଛାତ୍ରଛାତ୍ରୀ ମାନେ ଏଥିପାଇଁ ଆବେଦନ କରିପାରିବେ । ଅଗଷ୍ଟ ୭ରୁ ଜେଇଇ ଆଡଭାନ୍ସଡ୍‌-୨୦୨୨ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଏହା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୨ ତାରିଖ ଆବେଦନ ପ୍ରକିୟା ଶେଷ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଅଗଷ୍ଟ ୨୩ରୁ ୨୮ ସୁଦ୍ଧା ଛାତ୍ରଛାତ୍ରୀ ମାନେ ଆଡମିଟ୍‌ କାର୍ଡ ପାଇପାରିବେ । ଆଡମିଟ୍‌ କାର୍ଡ ପାଇବାକୁ ହେଲେ ପିଲା ମାନଙ୍କୁ ଜେଇଇ ଆଡଭାନ୍ସଡର ଅଫିସିଆଲ ୱେବସାଇଟକୁ ଯାଇ ଆଡମିଟ୍‌ କାର୍ଡ ଡାଉନଲୋଡ କରିବାକୁ ପଡ଼ିବ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories