www.samajalive.in
Sunday, December 7, 2025
26.1 C
Bhubaneswar

ମାହାଙ୍ଗା ଗଣହତ୍ୟା ଘଟଣା; ଶିବ କରୁଛି କ୍ରାଇମ ରିକ୍ରିଏସନ

କୁଆଁପାଳ: ମାହାଙ୍ଗା ଗଣହତ୍ୟା ଘଟଣାରେ ପୁଲିସ ତନାଘନା ଜାରି ରଖିଛି ।  ଅଭିଯୁକ୍ତ ହତ୍ୟାକାରୀ ଶିବ କରୁଛି କ୍ରାଇମ ରିକ୍ରିଏସନ । ଆଜି ପୁଲିସ ଶିବକୁ କ୍ରାଇମ ରିକ୍ରିଏସନ ପାଇଁ କୁସୁପୁରକୁ ଆଣିଥିଲା । ହତ୍ୟାକାଣ୍ଡ ସ୍ଥଳରେ କେମିତି ଏକାସାଙ୍ଗରେ ୫ ଜଣଙ୍କୁ ହତ୍ୟା କରିଥିଲା ତାର ଡେମୋ ଦେଖାଉଛି ଶିବ । ଅଭିଯୁକ୍ତ ଶିବ ପ୍ରସାଦକୁ ପୁଲିସ ୩ ଦିନିଆ ରିମାଣ୍ଡରେ ଆଣିଥିବା ବେଳେ ହତ୍ୟା ପଛର ଟିକିନିଖି ରହସ୍ୟ ପୁଲିସ ଖୋଜୁଛି । ହତ୍ୟା ବେଳେ ଶିବ ସାଥିରେ ସାମିଲ ଥିଲେ କି ଅନ୍ୟ କେହି ? ହତ୍ୟା ପଛରେ କେବଳ ରହିଛି ଜମିବାଡ଼ି ବିବାଦ ନା ଅନ୍ୟ କିଛି ? ଏକାସାଥି​‌ରେ ୫ଜଣଙ୍କୁ କିପରି ମାରିଲା ଶିବ ? ହତ୍ୟା କରିବା ପରେ ଶିବ ଦେହରେ ରକ୍ତ ଲାଗିଲାନି କେମିତି ? ଏପରି ଅନେକ ପ୍ରଶ୍ନ କରିବା ସହ ଘଟଣାସ୍ଥଳରେ ଅଭିଯୁକ୍ତ କିପରି ଭିଆଇଥିଲା ଅତ୍ୟାକାଣ୍ଡ ସେନେଇ ଶିବଠୁ ସବୁ ତଥ୍ୟ ଆଦାୟ କରୁଛି ପୁଲିସ । ତେବେ ଗତକାଲି ଶିବ ଅସୁସ୍ଥ ଥିବାରୁ ତାକୁ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଶିବ ସାହୁର ବାମ ଗୋଡ଼ ଷ୍ଟ୍ରିପ ହେବାରୁ ସେ ଠିକ୍ ସେ ଚାଲି ପାରୁନଥିଲା । ତେଣୁ ଆଜି ରିମାଣ୍ଡର ଦ୍ୱତୀୟ ଦିନରେ ବଡଭାଇଙ୍କ ପରିବାରର ୫ ଜଣଙ୍କୁ କିପରି ହତ୍ୟା କରିଛି ଶିବ ଡେମୋ ଦେଖାଉଛି । ଏଥିପାଇଁ କୁସୁପୁରରେ ପୁଲିସ ଛାଉଣୀ ହୋଇଛି ।

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories