ଗରମରେ କିପରି ନେବେ କେଶର ଯତ୍ନ
ଗ୍ରୀଷ୍ମରେ ତ୍ବଚାର ବିଶେଷଯତ୍ନ ନେବା ପାଇଁ ମହିଳାମାନେ ଯେପରି ତତ୍ପର ହୋଇଉଠନ୍ତି, ଠିକ୍ ସେହିପରି କେଶ ପ୍ରତି ଧ୍ୟାନ ଦେବା ଆବଶ୍ୟକ।
ଖରାଦିନେ ସପ୍ତାହକୁ ୨-୩ଥର ଶ୍ୟାମ୍ପୁ କରିବା ଉଚିତ। ଏହା ଦ୍ବାରା କେଶମୂଳରେ ମଳି ଜମେନାହିଁ।
ଘର ତିଆରି ପ୍ୟାକ୍ କେଶରେ ଲଗାଇଲେ ରୁପିରୁ ରକ୍ଷା ପାଇପାରିବେ।
ହେୟାର ଡ୍ରାଏର୍ ବ୍ୟବହାର ନ କରି ସାଧାରଣ ଭାବେ ଓଦା କେଶକୁ ଶୁଖାଇବାକୁ ଚେଷ୍ଟା କରନ୍ତୁ।
ଗ୍ରୀଷ୍ମ ଦାଉରୁ କେଶକୁ ରକ୍ଷା କରିବା ନିମନ୍ତେ ସକାଳବେଳା ପ୍ରଚୁର ପରିମାଣରେ ପାଣି ପିଇବା ଦରକାର।
ଖରାକୁ ବାହାରିବା ପୂର୍ବରୁ କେଶରେ ସ୍କାର୍ଫ ବାନ୍ଧିବା ଭଲ। ସୂତା କପଡ଼ାରେ କେଶ ଘୋଡ଼ାଇବା ଉଚିତ।
ଦୈନିକ ୧୦ ମିନିଟ୍ ପ୍ରାଣାୟମ କରିବା ମଧ୍ୟ କେଶ ପାଇଁ ଉପକାରୀ।