www.samajalive.in
Sunday, December 7, 2025
23.1 C
Bhubaneswar

ଧାମରାଇ ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

ଧାମରା :ଧାମରାରେ ଥିବା ମା ଧାମରାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଯୁକ୍ତ୨ ବାଳିକା ଆତ୍ମରକ୍ଷା ଶିବିର ଉଦଘାଟନ ହୋଇଯାଇଛି। ଧାମରାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ରାଜେନ୍ଦ୍ର ନାରାୟଣ ରାଉତ,ମନୋରଞ୍ଜନ ମଲିକ ,ଦକ୍ଷ ପ୍ରଶିକ୍ଷକ ରଶ୍ମିତା ମଣ୍ଡଳ ବାଳିକା ଆତ୍ମରକ୍ଷା ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ ତଥ୍ୟ ଛାତ୍ରୀ ମାନଙ୍କୁ ନିଜର ଅଭିଭାଷଣ ମାଧ୍ୟମରେ ପ୍ରଦାନ କରିଥିଲେ। ସଂଯୋଜକ ଅଧିକାରୀ ଲକ୍ଷ୍ମୀଧର ବେହେରା ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା କୌଶଳ ସହିତ ସ୍ୱାସ୍ଥ୍ୟ ରକ୍ଷା ନିମିତ ଯୋଗଭ୍ୟାସର ଆବଶ୍ୟକତା ସମ୍ବନ୍ଧରେ ନିଜର ବକ୍ତବ୍ୟ ରଖିଥିଲେ। ଆଜିର ଏହି ଶିବରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିବା ବେଳେ ଶେଷରେ ଶିବିରରେ ଅଂଶଗ୍ରହଣ କରିଥିବା ବାଳିକା ମାନଙ୍କୁ ପ୍ରଶିକ୍ଷଣ ପ୍ରମାଣ ପତ୍ର ବଂଟନ କରାଯାଇଥିବା ବେଳେ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories