www.samajalive.in
Sunday, December 7, 2025
18.1 C
Bhubaneswar

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ଆଇନଜୀବୀଙ୍କ ଆନ୍ଦୋଳନ ଜାରି

କଟକ: ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ହାଇକୋର୍ଟର ଆଇନଜୀବୀ ଆନ୍ଦୋଳନ ଆହୁରି ତେଜିବାରେ ଲାଗିଛି । ଆଇନଜୀବୀମାନେ ହାଇକୋର୍ଟ ମୁଖ୍ୟ ଫାଟକରେ ତାଲା ପକାଇ ଦେବା ସହ କୋର୍ଟ ପରିସର ମଧ୍ୟକୁ ବିଚାରପତିଙ୍କୁ ଛାଡୁନାହାନ୍ତି । ଫଳରେ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଅଭିଯୁକ୍ତ ପୁଲିସର ଗିରଫ ଦାବିରେ ଓକିଲ ସଂଘ ଜିଦରେ ଅଟଳ ରହିଛି ।

ହାଇକୋର୍ଟର ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ଅମାନୁଷିକ ଭାବେ ମାଡ଼ ମାରି ଆହତ କରିବା ପ୍ରସଙ୍ଗରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ. ଏସ ଝାଭେରୀ ଓ ଜଷ୍ଟିସ କେ ଆର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ କ୍ରାଇମବ୍ରାଞ୍ଚ ଡିଆଇଜି ହିମାଂଶୁ ଲାଲଙ୍କ ସମେତ ଦୁଇ ଜଣ ଅଧିକାରୀ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ।

- Advertisement -

ଗୁରୁବାର ସୁପ୍ରିମକୋର୍ଟ ଆନ୍ଦୋଳନ କରୁଥିବା ହାଇକୋର୍ଟ ଆଇନଜୀବୀମାନଙ୍କୁ କାର୍ଯ୍ୟରେ ଯୋଗଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ନେଇ ବହୁଦିନ ଧରି ଆନ୍ଦୋଳନରେ ଥିବା ହାଇକୋର୍ଟ ବାର ଆସସିଓସନ୍‍ ସଦସ୍ୟମାନେ ଆଜି ଏକ ଅଭିନବ ଉପାୟରେ ଆନ୍ଦୋଳନ କରିଥିଲେ। ଆନ୍ଦୋଳନକାରୀ ଓକିଲମାନେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କୁଶପୁତଳିକା ଦାହ କରିଥିଲେ ।

ସୂଚନାଯୋଗ୍ୟ ଏହି ମାମଲାରେ ହାଇକୋର୍ଟ ଶୁଣାଣି କରି ଗତ ୪ତାରିଖରେ କ୍ରାଇମ ବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ଡିସିପି ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରିସାରିଛନ୍ତି। ସେହିପରି ଆବେଦନକାରୀ ନ୍ୟାସନାଲିଷ୍ଟ ଲୟର୍ସ ଫୋରମ ଓ କଟକ ବାର ଆସୋସିଏସନ ପକ୍ଷରୁ ପ୍ରତି ଜବାବ ଦାଖଲ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ନ୍ୟାସନାଲିଷ୍ଟ ଲୟର୍ସ ଫୋରମର ସବ୍ୟସାଚୀ ମହାପାତ୍ରଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ଏହି ଘଟଣାରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ତଦନ୍ତ ପାଇଁ ପ୍ରାର୍ଥନା କରାଯିବା ସହ ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଆଦି ପାଇଁ ଆବେଦନପତ୍ରରେ ଦର୍ଶାଯାଇଛି। ସେହିପରି କଟକ ବାର ଆସୋସିଏସନ ସଭାପତି ଉମାକାନ୍ତ ନନ୍ଦ ଓ ସଂପାଦକ ନରେଶ ଚନ୍ଦ୍ର ଜେନାଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ହାଇକୋର୍ଟ ବାର ଆସୋସିଏସନ ଓ କଟକ ବାର ଆସୋସିଏସନ ସକ୍ରିୟ ସଦସ୍ୟ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଚାଉଳିଆଗଞ୍ଜ ପୁଲିସ ଅତ୍ୟନ୍ତ ଅମାନୁଷିକ ଭାବେ ଆକ୍ରମଣ କରି ଆହତ କରିଛି। ତେବେ ଏହି ଘଟଣାରେ ତଦନ୍ତ ପାଇଁ ସିବିଆଇ କିମ୍ବା ବିଚାର ବିଭାଗୀୟ ତଦନ୍ତ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା କରାଯିବା ପାଇଁ ଅନୁମତି ଦିଆଯାଉ ବୋଲି ପ୍ରାର୍ଥନା କରାଯାଇ ଦୋଷୀ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦର୍ଶାଯାଇଛି। ଏଥିସହ ଆହତ ହୋଇଥିବା ତଥା ନିଜସ୍ୱ ଖ୍ୟାତି ହରାଇଥିବା ଆଇନଜୀବୀଙ୍କୁ ପର୍ୟ୍ୟାପ୍ତ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନପତ୍ରରେ ପ୍ରାର୍ଥନା କରାଯାଇଛି। ଏହି ମାମଲାରେ ଗୃହ ବିଭାଗ ସଚିବ, ଡିଜିପି, ସିବିଆଇ, କମିସନର ଅଫ ପୁଲିସ, ଚାଉଳିଆଗଞ୍ଜ ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି। ଅନ୍ୟପକ୍ଷରେ ଆଇନଜୀବୀ ଅନ୍ତର୍ୟ୍ୟାମୀ ସ୍ୱାଇଁଙ୍କ ପକ୍ଷରୁ ଆଉ ଏକ ମାମଲା ଦାୟର ହୋଇଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories