www.samajalive.in
Tuesday, December 9, 2025
23.1 C
Bhubaneswar

କାଲିଠୁ ଦେୟଯୁକ୍ତ ବୁଷ୍ଟର ପାନ

ନୂଆଦିଲ୍ଲୀ :  ଦେଶରେ କରୋନା ଟିକାକରଣକୁ ବ୍ୟାପକ କରିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଆସନ୍ତାକାଲି (ରବିବାର) ଠାରୁ ଘରୋଇ ଡାକ୍ତରଖାନାରେ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ଯୋଗ୍ୟ ବ୍ୟକ୍ତି କରୋନା ଟିକାର ପ୍ରତିଷେଧକ ପାନ ବା ବୁଷ୍ଟର ପାନ ନେଇପାରିବେ। ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ସାବାଳକଙ୍କ ପାଇଁ ବୁଷ୍ଟର ପାନ କେବଳ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେବ। ଏଥିପାଇଁ ହିତାଧିକାରୀଙ୍କୁ ଟିକାର ମୂଲ୍ୟ ଦେବାକୁ ପଡିବ । ଟିକା ମୂଲ୍ୟ ଉପରେ ହିତାଧିକାରୀଙ୍କୁ ଟିକସ ଓ ଘରୋଇ ଡାକ୍ତରଖାନାଗୁଡିକ ସେମାନଙ୍କ ସେବା ନିମନ୍ତେ ଅତିରିକ୍ତ ଦେୟ ଦେବାକୁ ପଡିବ। ବୁଷ୍ଟର ପାନ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ସମ୍ପର୍କରେ ସରକାର ଘୋଷଣା କରିବା ପରେ ସିରମ୍ ଇନଷ୍ଟିଚ୍ୟୁଟ୍‌ ଏହାର କୋଭିସିଲ୍ଡ ଟିକାର ମୂଲ୍ୟ ୬୦୦ ଟଙ୍କା ଧାର୍ଯ୍ୟ କରିଛି । ଟିକସ୍ ବାଦ୍‌ ଗୋଟିଏ ପାନ ଟିକାର ମୂଲ୍ୟ ୬୦୦ଟଙ୍କା ରଖାଯାଇଛି। ଅନ୍ୟ ଟିକା ପ୍ରସ୍ତୁତକାରୀ କମ୍ପାନୀମାନେ ମଧ୍ୟ ବୁଷ୍ଟର ପାନ ପାଇଁ ସେମାନଙ୍କ ଟିକାର ଅଲଗା ଅଲଗା ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ଦ୍ବିତୀୟ ପାନ ଟିକା ନେବାର ୯ ମାସ ବା ୩୯ ସପ୍ତାହ ପରେ ଜଣେ ବୁଷ୍ଟର ପାନ ନେବାକୁ ଯୋଗ୍ୟ ବିବେଚିତ ହେବେ। ସେହିପରି ଯେଉଁ ହିତାଧିକାରୀମାନେ ପ୍ରଥମ ଓ ଦ୍ବିତୀୟ ପାନରେ କୋଭିସିଲ୍ଡ ଟିକା ନେଇଥିବେ ସେମାନେ ବୁଷ୍ଟର ପାନରେ କୋଭିସିଲ୍ଡ ଟିକା ନେବେ। ସେହିପରି ଯେଉଁମାନେ କୋଭାକ୍ସିନ ଟିକା ନେଇଥିବେ ସେମାନଙ୍କୁ କୋଭାକ୍ସିନ ଟିକା ଦିଆଯିବ। ଘରୋଇ ଡାକ୍ତରଖାନାଗୁଡିକ ଭିନ୍ନ ଭିନ୍ନ ଟିକା ପାଇଁ ଭିନ୍ନ ଭିନ୍ନ ଦର ଧାର୍ଯ୍ୟ କରିବେ। ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ପାନ ଟିକା ସରକାରୀ ଡାକ୍ତରଖାନାରେ ପୂର୍ବ ପରି ମାଗଣାରେ ଉପଲବ୍ଧ ହେବ। ସେହିପରି ୬୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କ, ସ୍ବାସ୍ଥ୍ୟ କର୍ମଚାରୀ, ସମ୍ମୁଖ ଯୋଦ୍ଧାଙ୍କ ନିମନ୍ତେ ବୁଷ୍ଟର ପାନ ସରକାରୀ ଡାକ୍ତରଖାନାରେ ମାଗଣାରେ ଉପଲବ୍ଧ ହେବ। ବର୍ତ୍ତମାନ ସୁଦ୍ଧା ୨.୪ କୋଟି ଲୋକ ବୁଷ୍ଟର ପାନ ନେଇ ସାରିଲେଣି । ଅନ୍ୟପକ୍ଷରେ ଦେଶର ୫ଟି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ଲକ୍ଷ୍ୟ କରାଯାଇଛି। ଦିଲ୍ଲୀ, ହରିୟାଣା, ମହାରାଷ୍ଟ୍ର, କେରଳ ଓ ମିଜୋରାମରେ କରୋନା ସଂକ୍ରମଣ ବୃଦ୍ଧି ପାଇବାକୁ ​ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏହିସବୁ ରାଜ୍ୟ ସରକାରଙ୍କ ନିକଟକୁ ଚିଠି ଲେଖିଛି। ଚିଠିରେ କରୋନା ସଂକ୍ରମଣରେ ନଜର ରଖିବା ସହିତ ଏହାକୁ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories