www.samajalive.in
Sunday, December 7, 2025
14.1 C
Bhubaneswar

ୟୁକ୍ରେନରେ ରୁଷିଆ ସୈନିକଙ୍କ ବର୍ବରତା; ୧୦ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ କଲେ ହତ୍ୟା

ନୂଆଦିଲ୍ଳୀ: ୟୁକ୍ରେନ୍‌ ଓ ରୁଷିଆ ମଧ୍ୟରେ ଥମୁନି ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଏବେ ବି ଲଢ଼େଇ ଜାରି ରହିଛି । ଯୁଦ୍ଧରେ ଉଭୟ ଦେଶ ଅନେକ ସୈନିକଙ୍କୁ ହରାଇଥିବା ବେଳେ ବହୁ ସାଧାରଣ ଲୋକଙ୍କ ଜୀବନ ଗଲାଣି । ଏହାରି ଭିତରେ ଯୁଦ୍ଧକୁ ନେଇ ଆସିଛି ଏକ ଭୟାନକ ଖବର । ଯାହା ସମସ୍ତ ୟୁକ୍ରେନବାସୀଙ୍କୁ ଦୁଃଖିତ କରିଛି । ୟୁକ୍ରେନର ଜଣେ ମହିଳା ସାଂସଦ ଲେସିଆ ଭାସିଲେଂକୋ ଏକ ବଡ଼ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି ଜଣେ ନାବାଳିକାଙ୍କୁ ରୁଷର ସୈନିକ ମାନେ ଦୁଷ୍କର୍ମ କରିବା ସହ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ।  ଗତକାଲି ସାଂସଦ ଲେସିଆ ଟ୍ବିଟର ମାଧ୍ୟମରେ ଦୁଃଖ ପ୍ରକାଶ କରିବା ସହ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଜଣେ ମାତ୍ର ୧୦ ବର୍ଷର ନାବାଳିକାକୁ ରୁଷ ସୈନିକ ମାନେ ଦୁଷ୍କର୍ମ କରିଛନ୍ତି । ଖାଲି ସେତିକି ନୁ​‌ହେଁ ସାଂସଦ ଆହୁରି ମଧ୍ୟ ତାଙ୍କ ଟୁଇଟର ଲେଖିଛନ୍ତି ରୁଷର ସୈନିକ ଲୁଟ୍‌ କରୁଛନ୍ତି । ନାବାଳିକା ଜଣଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଉଛି । ଜଣେ ମାତ୍ର ୧୦ ବର୍ଷର ଝିଅ ସହ ଏପରି କରିଛନ୍ତି ରୁଷ ସୈନିକ । ଯାହା ଅତ୍ୟନ୍ତ ଦୁଃଖଦଦାୟକ ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories