www.samajalive.in
Tuesday, December 9, 2025
26.1 C
Bhubaneswar

ନୀଳଗିରିରେ ମହାଦୁର୍ନୀତି ଅଭିଯୋଗ; ମିଛି ବିଲ୍‌ କରି ଖାଇଗଲେ ଅଧକୋଟିରୁ ଊର୍ଦ୍ଧ୍ୱ ଟଙ୍କା

ନୀଳଗିରି: ନା ମାଟି ଝୁଡ଼ିଏ ପଡ଼ିଛି, ନା ଲାଗିଛି ପ୍ରକଳ୍ପର ଫଳକ । ସରକାରୀ କାଗଜପତ୍ରରେ ପ୍ରକଳ୍ପର ନାଁ ସଂଯୋଗ କରାଯାଇ ପ୍ରସ୍ତୁତ ହୋଇଛି ମିଥ୍ୟା ବିଲ୍ । ନେତା, ଠିକାଦାର, ଦଲାଲ ଓ ଯନ୍ତ୍ରୀ ସଲାସୁତରା ହୋଇ ଆତ୍ମସାତ୍ କରିଛନ୍ତି ଅଧକୋଟିରୁ ଊର୍ଦ୍ଧ୍ୱ ଟଙ୍କା । ଏଭଳି ଏକ ମହାଦୁର୍ନୀତିର ଗୁମର ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ଅଧୀନ ନୀଳଗିରି ବ୍ଲକରେ । ଦୁର୍ନୀତିର ଗନ୍ଧ ପାଇବା ପରେ ସ୍ଥାନୀୟ ଲୋକ ଘଟଣା ଉପରୁ ପରଦା ହଟାଇଛନ୍ତି । ଆଉ ଖୋଲିଛନ୍ତି ଅସାଧୁଙ୍କ ଗୁମର ।

ପୂର୍ବରୁ ସମ୍ପୃକ୍ତ ଅଞ୍ଚଳରେ ରାସ୍ତା କରିବାକୁ ନେଇ ଦୁର୍ନୀତିର ଅଭିଯୋଗ ଆସିଥିଲା । ରାସ୍ତା ନିର୍ମାଣ ନକରି ଲକ୍ଷଲକ୍ଷ ଟଙ୍କା ଚଳୁ କରିଥିଲେ ଅସାଧୁ ଠିକାଦାର । ଆରବନ୍ଧ ପଞ୍ଚାୟତରେ ୨୦୧୮ରୁ ୨୦୨୨ମସିହା ଆର୍ଥିକ ବର୍ଷରେ ବାଳୁଙ୍ଗାଗଡ଼ିଆଠାରୁ ଡାହିସାହି କେନାଲ ଛକ ପର୍ଯ୍ୟନ୍ତ ଦୁଇ ଦୁଇଟି ମିଥ୍ୟା ବିଲ୍ କରି ଲକ୍ଷା ଧିକ ଟଙ୍କା ଚଳୁ କରାଯାଇଛି । ସେହି ଠକେଇକୁ ମାତ୍ର କିଛି ଦିନ ପୂରଣ ହୋଇନାହିଁ ପୁଣି ବର୍ତ୍ତମାନ ଚଳୁ କରାଯାଇଛି ଅଧକୋଟିରୁ ଊର୍ଦ୍ଧ୍ୱ ଟଙ୍କା ।

- Advertisement -

ସୂଚନା ମୁତାବକ ଏହି ଅଞ୍ଚଳର ବିଭିନ୍ନ ସ୍କୁଲର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ପାଇଁ ଟଙ୍କା ଆସିଥିଲା । ସେହି ଟଙ୍କାରେ ସ୍କୁଲ ହତାରେ ମାଟି ପକାଇବା ସହ ଗଛ ଓ ବିଭିନ୍ନ କାର୍ଯ୍ୟ କରାଇବାକୁ ସରକାର ଟଙ୍କା ଦେଇଥିଲେ । ହେଲେ ସ୍କୁଲ ଗୁଡ଼ିକରେ ମାତ୍ର ଗୋଟିଏ ବୋଝ ମାଟି ନପକାଇ ସମସ୍ତ ଟଙ୍କା ଆତ୍ମସାତ୍ କରାଯାଇଛି । ଗୋଟିଏ ଗୋଟିଏ ପ୍ରକଳ୍ପରୁ ୩୪ହଜାର ଟଙ୍କା ଲେଖାଏଁ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି ।ଘଟଣାରେ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ, ନିର୍ବାହୀ ଅଧିକାରୀ, ସ୍ଥାନୀୟ ସରପଞ୍ଚ ସାମିଲଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏଭଳି ସାଂଘାତିକ ଅଭିଯୋଗ ହେବା ପରେ ତହସିଲଦାର ଅଶେଷ ନାୟକ ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ ।

ଧରା ପଡ଼ିଯିବା ଭୟରେ ବିଳମ୍ବିତ ରାତିରେ ଦୁର୍ନୀତି ହୋଇଥିବା ସ୍ଥଳରେ ମାଟି ପକାଇବା ଆରମ୍ଭ ହୋଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ମଧ୍ୟ ଲାଗି ରହିଥିଲା । ଏନେଇ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୭ଟି ଟ୍ରାକ୍ଟର ଜବତ କରିବା ସହ ଏକ ମାମଲା ମଧ୍ୟ ରୁଜୁ କରିଛି ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories