www.samajalive.in
Sunday, December 7, 2025
26.1 C
Bhubaneswar

ଅଣାୟତ୍ତ ତୈଳ ଦର, ହନ୍ତସନ୍ତ ଗ୍ରାହକ

ନୂଆଦିଲ୍ଳୀ: କ୍ରମାଗତ ଭାବେ ଦେଶରେ ବଢ଼ିଚାଲିଛି ତୈଳ ଦର । ଆଜି ପୁଣି ଲଗାତର ୧୪ ଦିନରେ ୧୨ ଥର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଛି । ଦେଶର ବିଭିନ୍ନ ସ୍ଥାନରେ ୪୦ରୁ ୮୪ ପଇସା ଯାଏଁ ତୈଳ ଦର ବୃଦ୍ଧି କରିଛନ୍ତି ତୈଳ କମ୍ପାନୀ । ବାରମ୍ବାର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ହେବା କାରଣରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ରାଜଧାନୀ ଦିଲ୍ଲୀରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଆଜି ୪୦ ପଇସା ଲେଖାଏଁ ବୃଦ୍ଧି ହୋଇଛି । ଆଜି ପେଟ୍ରୋଲ ଦର ବଢ଼ିବା ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି  ୧୦୩.୮୧ ପଇସା ରହିଥଇବା ବେଳେ ଡିଜେଲ ୯୫. ୦୭ ପଇସା ରହିଛି ।

ସେହିପରି ମୁମ୍ବାଇରେ ମଧ୍ୟ ପେଟ୍ରୋଲ ଲିଟର ପ୍ରତି ୮୪ ପଇସା ଓ ଡିଜେଲ ଲିଟର ପ୍ରତି ୪୩ ପଇସା ବୃଦ୍ଧି ପାଇଛି । ମାୟାନଗରୀ ମୁମ୍ବାଇରେ ପେଟ୍ରୋଲ ଲିଟର ୧୧୮ଟଙ୍କା ୮୩ ପଇସା ଥିବାବେଳେ ଡିଜେଲ  ଲିଟର ପ୍ରତି ୧୦୩ଟଙ୍କା ୦୭ ପଇସା ରହିଛି। ଗତକାଲି ମଧ୍ୟ ଦେଶରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଥିଲା । ଦେଶର ବିଭିନ୍ନ ସ୍ଥାନରେ ୮୦ରୁ ଊର୍ଦ୍ଧ୍ଵ ପଇସା ତୈଳ ଦର ବୃଦ୍ଧି କରିଥିଲେ ତୈଳ କମ୍ପାନୀ ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories