www.samajalive.in
Sunday, December 7, 2025
26.1 C
Bhubaneswar

ମିଛ କହିବି ପୁଣି ବାଢ଼ିଲେ ଦୃଢ଼ୋକ୍ତି; ଶୁଣାଇଲେ ଲୋକଙ୍କୁ କଙ୍କଡ଼ା ଉପାଖ୍ୟାନ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣକୁ ନେଇ ଲୋକସଭାରେ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ବିବାଦୀୟ ବୟାନ ପ୍ରସଙ୍ଗ । ଘଟଣାକୁ ନେଇ ଆଜି ପିନାକୀ ପ୍ରତିକ୍ରିୟା ରଖିବା ସହ ସଫେଇ ଦେଇଛନ୍ତି । ସେ କହିଛନ୍ତି ଗତ ସେପ୍ଟେମ୍ବର ୪ରେ ଏନଏମଏ ଏନଓସି ଦେଇଛି । କ୍ଲକ ରୁମ୍‌, ମିନି କ୍ଲକ୍‌ ରୁମ୍‌, ସେଲ୍ଟର ପାଭିଲିଅନ ପାଇଁ ଏନଓସି ମିଳିଛି । ପୁରୁଷ, ମହିଳା ଓ ସେବାୟତଙ୍କ ଶୌଚାଳୟ ପାଇଁ ଏନଓସି ମଧ୍ୟ ରହିଛି । ସମୟ ଅଭାବରୁ ସଂସଦରେ ଏସବୁ ଉପସ୍ଥାପନା ହୋଇପାରିନାହିଁ । କେବଳ ଶୌଚାଳୟ କଥା କହିଛି । ତାହାଛଡ଼ା ସେ ଆହୁରି ମଧ୍ୟ ଦୃଢ଼ୋକ୍ତି ବାଢ଼ିଛନ୍ତି । ସେ କହିଛନ୍ତି କି ସତ ସାହସ ଥିଲେ ବାଚସ୍ପତିଙ୍କୁ ଏହି କଥା ଜଣାନ୍ତୁ । ତାହା ସହ କଙ୍କଡ଼ା ଉପାଖ୍ୟାନ ମଧ୍ୟ ଖୋଲିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ଆପଣ ମିଛ କହିଥିବା କଥା ଆମେ କହୁନୁ । ଲୋକମାନେ କହିବାରୁ ମୁଁ ଏହି ପ୍ରତିକ୍ରିୟା ରଖୁଛି । କିଛି ଲୋକଙ୍କର କଙ୍କଡ଼ା ବୁଦ୍ଧି ସହ ବୃତ୍ତି ଓ ପ୍ରବୃତ୍ତି କଙ୍କଡ଼ା ପରି । ସେମିତି ଲୋକ ନିଜେ କରିବେ ନା କାହାକୁ କିଛି କରାଇଦେବେ ବୋଲି ପିନାକୀ କହିଛନ୍ତି ।

ସୂଚନା ଥାଉକି ଗତ ୩୧ ତାରିଖ ଦିନ ଲୋକସଭାରେ ଶ୍ରୀମନ୍ଦିର ପ୍ରକଳ୍ପ ପ୍ରସଙ୍ଗ ଉଠାଇଥିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ।  ଶ୍ରୀମନ୍ଦିର ନିକଟରେ ଖନନ କରାଯାଉଥିବା କାର୍ଯ୍ୟକୁ ଗୃହରେ ଅପରାଜିତା କଡ଼ା ବିରୋଧ କରିଥିଲେ । ଅପରାଜିତା ସଂସଦରେ କହିଥିଲେ ଏନଏମଏ ଅନୁମତି ବିନା ଶ୍ରୀମନ୍ଦିର ନିକଟରେ ଖନନ କାର୍ଯ୍ୟ ଚାଲିଛି । ଯାହାକି ନିୟମ ବିରୋଧୀ ବୋଲି ସଂସଦରେ ସିଧାସିଧା ଅପରାଜିତା ଅଭିଯୋଗ ଆଣିଥିଲେ । ସେ ଆହୁରି ମଧ୍ୟ କହିଥିଲେ ବେଆଇନ୍‌ ଭାବେ ଶହେ ମିଟର ପରିଧି ଭିତରେ ବ୍ୟାପକ ଖନନ କାର୍ଯ୍ୟ କରାଯାଉଛି । ରାଜ୍ୟ ସରକାର ନିଷିଦ୍ଧାଞ୍ଚଳ ମଧ୍ୟରେ ଖନନ କାର୍ଯ୍ୟ ଚଳାଇଛନ୍ତି ।

- Advertisement -

ବିକାଶ କାର୍ଯ୍ୟ ହେଉ କିନ୍ତୁ ଆଇନ ପରିଧି ଭିତରେ ହେଉ ବୋଲି ସାଂସଦ ଅପରାଜିତା କହିବା ସହ ଏହି ବେଆଇନ୍‌ ଖନନକୁ ବନ୍ଦ କରାଯାଉ ବୋଲି ସେ ଦୃଢ଼ୋକ୍ତି ବାଢ଼ିଥିଲେ । ଅନ୍ୟପଟେ ସଂସଦରେ ଅପରାଜିତାଙ୍କ ମନ୍ତବ୍ୟକୁ ବିରୋଧ କରିଥିଲେ ପୁରୀ ସାଂସଦ ପିନାକୀ ମିଶ୍ର । ପିନାକୀ ତାଙ୍କ ଉତ୍ତରରେ କହିଥିଲେ ଶ୍ରୀମନ୍ଦିର ନିକଟରେ କିଛି ଖନନ ହେଉନି । କେବଳ ୪ଟି ଶୌଚାଳୟ ତିଆରି ହେଉଛି । ସେ ଆହୁରି ମଧ୍ୟ କହିଥିଲେ ଏହି ନିର୍ମାଣ ଯୋଗୁ ମନ୍ଦିର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories